ଓଡିଶାଲାଇଭ୍ ବ୍ୟୁରୋcorona

ଆଜି ପୁଣି ଦେଶରେ ପ୍ରାୟ ୧୮ ହଜାର ୫୨୨ ମାମଲା ଚିହ୍ନଟ ହୋଇଛନ୍ତି। ଏଥିସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।

ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷ ୬୬ ହଜାର ଜଣ ଆକ୍ରାନ୍ତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୧୬,୮୯୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷ ୩୪ ହଜାର ଜଣ ସୁସ୍ଥ ହୋଇଛନ୍ତି।

 ସର୍ବାଧିକ ସଂକ୍ରମିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ୪ର୍ଥ ସ୍ଥାନରେ ଭାରତ

ଆମେରିକା, ବ୍ରାଜିଲ ଓ ରୁଷ୍ ପରେ ସବୁଠୁ ଅଧିକ ସଂକ୍ରମିତ ରାଷ୍ଟ୍ର ତାଲିକାରେ ଭାରତ ୪ର୍ଥ ସ୍ଥାନରେ ରହିଛି। ବର୍ତ୍ତମାନ ଆମେରିକାରୁ ୨୬,୩୭,୦୩୯ ଜଣ, ବ୍ରାଜିଲରୁ ୧୩,୪୫,୨୫୪ ଜଣ ଓ ୠଷରୁ ୬,୩୪,୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଆମେରିକା ଏବଂ ବ୍ରାଜିଲ ପରେ ଭାରତରେ ଦିନକୁ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଗତ ୪ ଦିନରେ ଦେଶରେ ୪୧୮ ଜଣଙ୍କର ମୃତ୍ୟୁ ହୋଇଛି।

ଭାରତରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥହାର ମଧ୍ୟ ବୃଦ୍ଧି ପାଉଛି। କରୋନା ପରୀକ୍ଷଣ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇ ୧,୦୪୭ରେ ପହଞ୍ଚିଛି। ଏଥିରେ ୭୬୦ଟି ସରକାରୀ ଏବଂ ୨୮୭ଟି ଘରୋଇ ପରୀକ୍ଷା କେନ୍ଦ୍ର ରହିଛି। ଏହାଦ୍ଵାରା ସୁସ୍ଥହାର ବୃଦ୍ଧି ହୋଇ ୫୮.୬୮% ରେ ପହଞ୍ଚିଛି।

Comment