ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୯୦ ଦଶକରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଥିଲା ବଲିଉଡ। ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଥିଲା। ୧୯୯୭ ମସିହାରେ ରିଲିଜ୍ ହେଉଥିବା ଫିଲ୍ମଗୁଡ଼ିକ ୧୦ କୋଟି ଟଙ୍କା ଆୟ କରିବାରେ ସଫଳ ହେଲା।

ଜାଣନ୍ତୁ ୧୯୯୭ରେ ରିଲିଜ୍ ହୋଇଥିବା ଏମିତି କିଛି ସୁପରହିଟ୍ ଫିଲ୍ମ ବିଷୟରେ.

ଚାଚୀ ୪୨୦

ସୁପରଷ୍ଟାର କମଲ ହାସନ ଚାଚୀ ୪୨୦ରେ ଜଣେ ବୁଢ଼ୀ ମହିଳା ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ହିଁ ଫିଲ୍ମଟିକୁ ସୁପରହିଟ୍ ସାବ୍ୟସ୍ତ କରିଥିଲା ଏବଂ କମଲଙ୍କ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଫିଲ୍ମଟି ବାପ ଝିଅଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ବାପା ଭୂମିକାରେ ଅଭିନୟ କରିଥିବା କମଲ ଝିଅକୁ ଭେଟିବା ପାଇଁ ବୁଢ଼ୀ ମା’ ବେଶ ଧାରଣ କରିଥିଲେ। ବୁଢ଼ୀ ମା’ ବେଶରେ କମଲଙ୍କ ଅଭିନୟ ଅତ୍ୟନ୍ତ ନିଖୁଣ ଥିଲା। ଫିଲ୍ମରେ ତାଙ୍କ ସହିତ ତବୁ ଅଭିନୟ କରିଥିଲେ।

ଇଶ୍କ

କମେଡ଼ି, ରୋମାନ୍ସ ଏବଂ ଡ୍ରାମାରେ ଭରପୂର ଏହି ଫିଲ୍ମକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ଅଜୟ ଦେବଗନ, କାଜୋଲ, ଅମୀର ଖାନ୍ ଏବଂ ଜୁହୀ ଚାଓ୍ଵଲା ଅଭିନୟ କରିଥିଲେ। ଚାରି ଜଣ ସୁପରଷ୍ଟାରଙ୍କୁ ନେଇ ପ୍ରସ୍ତୁତ ଫିଲ୍ମଟି ବହୁତ ଭଲ ବ୍ୟବସାୟ କରିଥିଲା।

ଦିଲ୍ ତୋ ପାଗଲ ହୈ

ବଲିଉଡର ସବୁଠୁ ଲୋକପ୍ରିୟ ରୋମାଣ୍ଟିକ ଫିଲ୍ମଗୁଡ଼ିକ ମଧ୍ୟରେ ‘ଦିଲ୍ ତୋ ପାଗଲ ହେ’ ନିଜକୁ ସାମିଲ କରିଛି। ବଲିଉଡ କିଙ୍ଗ ଶାହରୁଖ ଖାନ, କରିଶ୍ମା କପୁର ଓ ମାଧୁରୀ ଦୀକ୍ଷିତଙ୍କୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। ଏଥିରେ ଅକ୍ଷୟ କୁମାରଙ୍କୁ ଏକ ସପୋର୍ଟିଂ କ୍ୟାରେକ୍ଟରରେ ମଧ୍ୟ ଦେଖିବାକୁ ମିଳିଥିଲା।

ଦିଓ୍ଵାନା ମସ୍ତାନା

ଗୋଟିଏ ଝିଅକୁ ପସନ୍ଦ କରୁଥିବା ଦୁଇ ଭାଇଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବେସିତ। ଏଥିରେ ଗୋବିନ୍ଦା, ଅନିଲ କପୁର ଏବଂ ଜୂହୀ ଚାଓ୍ଵଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କମେଡି ଏବଂ ଡ୍ରାମାରେ ଭରପୂର ଏହି ଫିଲ୍ମଟି ୧୯୯୭ରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଭିତରୁ ଗୋଟିଏ ଥିଲା।

ପରଦେଶ

‘ଦିଲ୍ ତୋ ପାଗଲ୍ ହେ’ ରେ ଧୁମ୍ ମଚେଇବା ପରେ ପରଦେଶ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ଆଉ ଗୋଟିଏ ସୁପରହିଟ୍ ଫିଲ୍ମ ଭେଟି ଦେଇଥିଲେ କିଙ୍ଗ ଖାନ୍ ଶାହରୁଖ। ଏଥିରେ ନାୟିକା ଭୂମିକାରେ ମହିମା ଚୌଧୁରୀ ଏବଂ ଖଳନାୟକ ଭୂମିକାରେ ଅମରେଶ ପୁରୀଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଆଜି ବି ଲୋକପ୍ରିୟ ବଲିଉଡ ଫିଲ୍ମ କଥା ଉଠିଲେ ‘ପରଦେଶ’ ନାଁ ସାମ୍ନାକୁ ଆସିଥାଏ।

ଗୁପ୍ତ

‘ବରସାତ’ ଫିଲ୍ମରୁ ଆକ୍ସନ ହିରୋର ଇମେଜ ବନେଇ ସାରିଥିବା ବବି ଦେଓଲ ‘ଗୁପ୍ତ’ ଫିଲ୍ମରେ ପୁଣି ଥରେ ଧମାକା କରିଥିଲେ। ଏହା ଥିଲା ଏକ ରହସ୍ୟମୟ ଥ୍ରିୀଲର ଫିଲ୍ମ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ କାଜୋଲ ଏବଂ ମନୀଷା କୋଇରାଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍ ହୋଇଥିଲା।

ବର୍ଡର

୧୯୭୧ ମସିହାରେ ହୋଇଥିବା ଭାରତ- ପାକିସ୍ତାନ ଯୁଦ୍ଧକୁ ନେଇ ଫିଲ୍ମ ବର୍ଡର ପ୍ରସ୍ତୁତ ହୋଇଥିଲା। ଏଥିରେ ସନ୍ନି ଦେଓଲ, ସୁନୀଲ ସେଟ୍ଟୀ, ଅକ୍ଷୟ ଖାନ୍ନା, ରାକ୍ଷୀ, ଜ୍ୟାକି ସ୍ରଫ୍, ତବୁ, ପୂଜା ଭଟ୍ଟ, ସୁଦେଶ ବେରି, କୁଳଭୁଷଣ ଖରବନ୍ଦା ଏବଂ ପୁନୀତ ଇସାର ପ୍ରମୁଖ ଅଭିନୟ କରିଥିଲେ। ଫିଲ୍ମରେ ଭାରତର ବୀର ଯବାନମାନଙ୍କର କାହାଣୀକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି ମଲ୍ଟିଷ୍ଟାରର ଫିଲ୍ମଟି ୧୯୯୭ର ସବୁଠୁ ବଡ଼ ବ୍ଲକବଷ୍ଟର ଫିଲ୍ମ ଥିଲା ଯାହାକି ବଲିଉଡ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା।

Comment