ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

saroj khan

ଏହି କିଛି ସମୟ ହେବ ବଲିଉଡକୁ ମିଳୁଛି ଗୋଟିଏ ପରେ ଗୋଟିଏ ଧକ୍କା। ଏହି ଲକଡାଉନ ମଧ୍ୟରେ ଇରଫାନ ଖାନ, ଋଷି କପୁର ଏବଂ ସୁଶାନ୍ତ ସିଂଙ୍କ ଭଳି ଅଭିନେତାଙ୍କୁ ହରାଇ ପୂରା ଇଣ୍ଡଷ୍ଟ୍ରୀ ଏବେ ଦୁଖଃରେ। ଏବେ ଏଥିମଧ୍ୟରେ ବଲିଉଡ ହରାଇଛି ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନଙ୍କୁ।

ଗତ କିଛି ଦିନ ହେବ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କାଲି ରାତିରେ ସେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। କାଡିଆକ୍ ଅରେଷ୍ଟ ଯୋଗୁଁ ୭୧ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି।

saroj khan passed away-1

ସରୋଜ ଖାନ ବି-ଟାଉନର ଜଣେ ଜଣାସୁଣା କୋରିଓଗ୍ରାଫର। ଶ୍ରୀଦେବୀ, ମାଧୁରୀ ଦୀକ୍ଷିତଙ୍କ ଭଳି ନାୟିକାଙ୍କୁ ସେ ନଚାଇଛନ୍ତି। ପ୍ରାୟ ଦୁଇ ହଜାରରୁ ଅଧିକ ଗୀତରେ ସେ କୋରିଓଗ୍ରାଫି କରିଛନ୍ତି। ଏକ ଦୋ ତିନ, ହଓ୍ୱା ହଓ୍ୱାଇ, ଡୋଲାରେ ଭଳି ଲୋକପ୍ରିୟ ଗୀତଗୁଡ଼ିକରେ ସେ ନିଜ କୋରିଓଗ୍ରାଫିର କମାଲ ଦେଖାଇଥିଲେ। ମାତ୍ର ତିନି ବର୍ଷ ବୟସରେ ସେ ଶିଶୁ କଳାକାର ଭାବେ ଫିଲ୍ମ ‘ନଜରାନା’ରୁ ତାଙ୍କର ବଲିଉଡର ଯାତ୍ରା ଆରମ୍ଭ ହୋଇଥିଲା।

Comment