ଓଡ଼ିଶାଲାଇଭ୍ ବ୍ୟୁରୋ

nimu-1

ନିମୁ ଫରଓ୍ୱାର୍ଡ ପୋଷ୍ଟ ହେଉଛି ଲେହଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ ଏକ ସୁନ୍ଦର ଗାଁ। ସମୁଦ୍ର ତଟରୁ ପ୍ରାୟ ୧୧ ହଜାର ଫୁଟ୍ ଉଚ୍ଚରେ ରହିଛି ଏହି ଗାଁ। ଗତ କାଲି ପ୍ରଧାନ ମନ୍ତ୍ରୀଙ୍କ ଅଚାନକ ନିମୁ ଗସ୍ତ ସମସ୍ତଙ୍କୁ ଚକିତ କରିଛି। ତେବେ ରଣନୀତି ହିସାବରେ ଦେଖିବାକୁ ଗଲେ ଏହି ସ୍ଥାନ ହେଉଛି ଭାରତୀୟ ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପୋଷ୍ଟରୁ ପାକିସ୍ତାନ ଓ ଚୀନ ଉଭୟ ଉପରେ ନଜର ରଖିପାରିବ ଭାରତ।

-ତେବେ ଏହା ବ୍ୟତୀତ ନିମୁ ହେଉଛି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିବା ଏକ ସୁନ୍ଦର ପର୍ଯଟନ ସ୍ଥଳୀ ମଧ୍ୟ। ସାଧାରଣ ଏଠାରେ ଗଛପତ୍ର କମ ଦେଖିବାକୁ ମିଳେ ଏବଂ ଶୀତ ଦିନରେ ବରଫରେ ଢ଼ାଙ୍କି ହୋଇଯାଏ ଏହି ସ୍ଥାନଟି।

-ନିମୁରୁ ୭.୫ କିଲୋମିୟର ଦୂରରେ ରହିଛି ଚୁମ୍ବକୀୟ ପାହାଡ଼। ଏହି ପାହାଡ଼ର ରହିଛି ଚୁମ୍ବକୀୟ ଶକ୍ତି ଯାହାକୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରୁହେ।

Magnetic-hill-1

-ନିମୁ ଫରଓ୍ୱାଡ ପୋଷ୍ଟରେ ରହିଛି ଅନେକ ବୌଦ୍ଧ ମଠ ଏବଂ ଆପେଲ୍ ବଗିଚା ଯାହାର ଚାହିଦା ଖୁବ୍ ଅଧିକ। ଏହା ବ୍ୟତୀତ ଏଠାରେ ଥିବା ସିନ୍ଧୁ ଏବଂ ଜସ୍କାର ନଦୀରେ ରିଭର ରାଫ୍ଟିଂର ସୁବିଧା ରହିଛି ଯାହାର ଆନନ୍ଦ ଖୁବ୍ ଉଠାନ୍ତି ପର୍ଯ୍ୟଟକ।

-ଶୀଖ୍ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଏହି ସ୍ଥାନର ଗୁରୁତ୍ୱ ରହିଛି। ଏଠାରେ ଥିବା ପଥର ସାହିବ ଗୁରୁଦ୍ୱାରା ଶୀଖ୍ ଧର୍ମର ଗୌରବ ବହନ କରେ ଏବଂ ଶୀଖ୍ ପର୍ଯଟକଙ୍କ ପାଇଁ ଏହା ଏକ ପ୍ରକାର ତୀର୍ଥସ୍ଥାନ ମଧ୍ୟ।

nimu-2

-ଏହି ଗାଁରେ ସମୁଦାୟ ୧୯୩ଟି ଘର ରହିଛି ଏବଂ ଏହାର ଜନସଂଖ୍ୟା ହେଉଛି ମାତ୍ର ୧୧୩୪। ୧୯୯୯ରେ କାରଗିଲ ଯୁଦ୍ଧ ପରେ ଏଠାରେ ଭାରତୀୟ ସେନାର ସୈନ୍ୟ ବେସ ତିଆରି ହୋଇଥିଲା ଏବଂ ଏହି ବେସରୁ ଉଭୟ ଚୀନ୍ ଓ ପାକିସ୍ଥାନକୁ ଆକ୍ରମଣ କରିବାର ସୁବିଧା ରହିଛି। ଏହା ବ୍ୟତୀତ ଏହିଠାରୁ ଲଦାଖ, ମୁସ୍କୋହ, ଦ୍ରାସ ହ୍ରଦ, ଚୁସୁଲ ଉପରେ ନଜର ମଧ୍ୟ ରଖିହେବ।

Comment