ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ କରୋନା ସ୍ଥିତି ସଙ୍ଗୀନ ହେଲାଣି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ପୌର ପରିଷଦ ପକ୍ଷରୁ କଟକଣା ଜାରି କରାଯାଇଛି। ରାଜ୍ୟର ନିର୍ଦ୍ଧିଷ୍ଟ ୧୪ ଜିଲ୍ଲା ଉପରେ କଟକଣା ଲଗାଯାଇଛି।କଟକଣା ଅନୁସାରେ ଯିଏ ରାଉରକେଲା ସହରକୁ ଆସୁଥିବେ କିମ୍ବା ରାଉରକେଲା ସହରରୁ ନିର୍ଦ୍ଧିଷ୍ଟ ୧୪ ଜିଲ୍ଲାକୁ ଯାଇଫେରୁଥିବେ ତାହେଲେ ତାକୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ଜିଲ୍ଲାଗୁଡ଼ିକ ହେଲେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର,  କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା। ତେଣୁ ଯଦି କେହି ରାଉରକେଲାବାସୀ ୫ ଘଣ୍ଟାରୁ ଅଧିକ ଏହି ଜିଲ୍ଲାକୁ ଯିବେ ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ଅନ୍ୟପଟେ ଯଦି ଏହି ୧୪ଟି ଜିଲ୍ଲାରୁ କୌଣସି ଲୋକ କେବଳ ୭୨ ଘଣ୍ଟା ପାଇଁ ରାଉରକେଲାକୁ ଯାଉଛି ତେବେ ତାକୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବନି। କିନ୍ତୁ ଯଦି ୭୨ ଘଣ୍ଟାରୁ ଅଧିକ ହେଲେ ତେବେ ସେହି ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ କରିବା ସହ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି କୁହାଯାଇଛି।

ସେହିପରି ଯଦି ରାଉରକେଲା ସହରକୁ କୌଣସି ବର ବାହାହେବା ପାଇଁ ଆସିବେ ତେବେ ପ୍ରଥମେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ଯାଇ ବାହାଘର ହୋଇପାରିବ ବୋଲି କୁହାଯାଇଛି।

Comment