ଓଡ଼ିଶାଲାଇଭ୍ ବ୍ୟୁରୋ

student visa-3

ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିରେ ସବୁଠାରୁ ପ୍ରଭାବିତ ଦେଶ ହେଉଛି ଆମେରିକା। ଆମେରିକାରେ ବର୍ତ୍ତମାନ ସ୍ଥିତି ଅସମ୍ଭାଳ। ତେବେ ଏନେଇ ଆମେରିକା ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି। ବର୍ତ୍ତମାନ ଆମେରିକାରେ ଅନଲାଇନ ଯୋଗେ କ୍ଲାସ କରୁଥିବା ସମସ୍ତ ବିଦେଶୀ ଛାତ୍ରଙ୍କଠାରୁ ସେମାନଙ୍କର ଷ୍ଟୁଡେଣ୍ଟ ଭିସା ଫେରାଇନିଆଯିବ।

student visa-2

ଏହାର ଅର୍ଥ ସେଠାରେ ପଢ଼ୁଥିବା ଲକ୍ଷ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନିଜ ଦେଶ ଫେରିଯିବାକୁ ହେବ। ପ୍ରାୟ ୧୧ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଷ୍ଟୁଡେଣ୍ଟ ଭିଜା ଜରିଆରେ ଆମେରିକାରେ ପାଠ ପଢ଼ୁଛନ୍ତି। କିନ୍ତୁ ଆମେରିକା ସରକାରଙ୍କ କହିବା ଅନୂଯାୟୀ ଯେଉଁ ବିଦେଶୀ ଛାତ୍ରମାନେ ଆମେରିକାରେ ରହି ଅନଲାଇନ କ୍ଲାସ୍ କରୁଛନ୍ତି, ସେମାନଙ୍କର ସେଠାରେ ରହିବାରର କୌଣସି ଆବଶ୍ୟକତା ନାହିଁ। ନିଜ ଘରେ ରହି ମଧଅୟ ସେମାନେ ଏହି କ୍ଲାସର ସୁବିଧା ଉଠାଇପାରିବେ।

student visa-1

ଆମେରିକା ପ୍ରଶାସନ ସମସତ୍ ୟୁନିଭର୍ସିଟି ଏବଂ କଲେଜଗୁଡ଼ିକୁ ଅନଲାଇନ କ୍ଲାସ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇମିଗ୍ରେସନ୍ ଆଣ୍ଡ୍ କଷ୍ଟମ୍ସ ଏନଫୋର୍ସମେଣ୍ଟଙ୍କ ଅନୁଯାୟୀ ଅନେକ ବିଦେଶୀ ଛାତ୍ର ଷ୍ଟୁଡେଣ୍ଟ ଭିସା ମାଧ୍ୟମରେ ଏଠାରେ ପଢ଼ୁଛନ୍ତି, ଯେଉଁମାନଙ୍କ ପାଠପଡ଼ା ଅନଲାଇନ ଯୋଗେ ଚାଲିଛି ସେମାନଙ୍କୁ ଆଉ ପ୍ରବେଶର ଅନୂମତି ମିଳିବ ନାହିଁ।

LEAVE A REPLY

Please enter your comment!
Please enter your name here