ଓଡ଼ିଶାଲାଇଭ୍ ବ୍ୟୁରୋ

shut down-2

ମାଡ଼ି ଚାଲିଛି କରୋନା ସଂକ୍ରମଣ, ଏନେଇ ଲକଡାଉନ ଏବେ ବି ଜାରି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ନୟାହାଟ ବଜାରକୁ ୪୮ ଘଣ୍ଟିଆ ସଟଡାଉନ କରାଯାଇଛି। ସଂପୂର୍ଣ୍ଣ ବଜାର ଦୁଇ ଦିନ ପାଇଁ ବନ୍ଦ ରହିବ।

ଜଙ୍ଗଲହରୀ ଓ ଧୁମାଳ ଦୁଇଟି ପଞ୍ଚାୟତରେ ବିସ୍ତାର ହୋଇଛି ନୟାହଟ ବଜାର। ଦୁଇ ଗ୍ରାମର ସରପଞ୍ଚ ମିଶି ଜିଲ୍ଲାପାଳଙ୍କ କ୍ଷମତାର ପ୍ରୟୋଗ କରିଛନ୍ତି। ଜଙ୍ଗଲବରୀ ସରପଞ୍ଚ ପ୍ରଣୟ କୁମାର ସାହୁ କହିଛନ୍ତି ଯେ ନୟାହଟ ହାଇସ୍କୁଲ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଦୁଇ ଜଣ କରୋନା ପଜିଟିଭ୍ ବାହାରିବା ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହା ସହ ଜଙ୍ଗଲହରୀ ପଞ୍ଚାୟତର ସମସ୍ତ ଗାଁ ଗହଳିକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି।

shut down-1

ଧୁମାଳ ଗ୍ରାମପଞ୍ଚାୟତର ସରପଞ୍ଚ ମାନସ କୁମାର ସେନାପତି କହିଛନ୍ତି ଯେ ଏହି କରୋନା ପଜିଟିଭି କେସ୍ ବାହାରିବା ପରେ ସେ ଜଙ୍ଗଲହରୀ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସହ ମିଶି ଏହି ୪୮ ଘଣ୍ଟିଆ ସଟଡାଉନର ନିଷ୍ପତ୍ତି ନେଇଛନ୍ତି। ଏହା ସହ ଗାଁ ଗାଁ ବୁଲି ମାଇକ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ ମଧ୍ୟ କରାଯାଇଛି।

ଦୁଇ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ଗ୍ରାମବାସୀ ଯଥେଷ୍ଟ ସମର୍ଥନ ଜଣାଇବା ସହ ପ୍ରଶାସନର ମଧ୍ୟ ସହଯୋଗ ରହିଛି। ନୟାହାଟ ବଜାର ସମସ୍ତ ଦୋକାନୀ ନିଜ ଦୋକାନ ବନ୍ଦ ରଖି ଏହି ସଟଡାଉନ ଡାକରାକୁ ସ୍ୱାଗତ କରିଛନ୍ତି।

Comment