ଓଡ଼ିଶାଲାଇଭ୍ ବ୍ୟୁରୋ

italian village-1

କରୋନାର ଆତଙ୍କରେ ଏବେ ସାରା ବିଶ୍ୱ ଆତଙ୍କିତ। ଅନେକ ଦେଶରେ ଏହା ନିଜର କାୟା ମେଲାଇବା ସହ ଏହାର ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି। ତେବେ ଏଥିମଧ୍ୟରେ ଇଟାଲୀରେ ସିନେମା ହଲଠାରୁ ଆରମ୍ଭ କରି ପର୍ଯଟନ ସ୍ଥଳୀ ପର୍ଯନ୍ତ ପ୍ରାୟ ସବୁ ଖୋଲିବାକୁ ଲାଗିଲାଣି। ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଇଟାଲୀ ସରକାର ପର୍ଯ୍ୟଟନକୁ ଗୁରୁତ୍ୱ ଦେଉଛନ୍ତି।

CGU

ତେବେ ଇଟାଲୀର ଦକ୍ଷିଣ ଭାଗରେ ଏପରି ଏକ ଗାଁ ଅଛି ଯାହାର ପ୍ରକୃତିକ ସୌନ୍ଦର୍ଯ୍ୟ ବେଶ୍ ଆକର୍ଷଣୀୟ। ଏହା ହେଉଛି ଇଟାଲୀର ସେନ୍ ଜୋଓ୍ୱନୀ ଗାଁ ଯେଉଁଠାରେ ବାସ କରନ୍ତି ପ୍ରାୟ ୫୫୦ ଲୋକ। ତେବେ ଏହି ଗାଁ ଲୋକଙ୍କ ମିଳିତ ସହମତିରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ନିଷ୍ପତ୍ତି ଅନୂଯାୟୀ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଠାରୁ ରହିବା ସୁବିଧା ସଂପୂର୍ଣ୍ଣ ମାଗଣା ଯୋଗାଇଦିଆଯିବ।

italian village-2

ଏହି ଗାଁରେ ଏପରି ଅନେକ ଘର ଅଛି ଯାହା ବହୁତ ସମୟ ଧରି ଖାଲି ପଡ଼ିଥାଏ। ତେବେ ଏଠାକାର ପ୍ରଶାସନ ଏହି ଘରଗୁଡ଼ିକର ପୁନଃ ମରାମତି କରି ପର୍ଯ୍ୟଟକଙ୍କ ରହିବା ଯୋଗ୍ୟ କରାଇଛନ୍ତି। ଏଠାରେ ପର୍ଯ୍ୟଟରମାନେ ସାତ ରାତି ଯାଏଁ ମାଗଣାରେ ରହିପାରିବେ। ପ୍ରଶାସନ ଅଧିକାରୀଙ୍କ ଅନୂଯାୟୀ ପର୍ଯ୍ୟଟକଙ୍କୁ ରହିବା ବାବଦରେ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି, ଏହା ଦ୍ୱାରା ସେମାନେ ଏହି ଟଙ୍କା ସେଠାକାର ଜିନିଷ କିଣିବାରେ ବ୍ୟବହାର କରିପାରିବେ। ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି।

italian village-3

ଗତ ମେ’ ମାସଠାରୁ ଇଟାଲୀରେ ପ୍ରାୟ ସମସ୍ତ ଫ୍ୟାକ୍ଟ୍ରି, ପାର୍କ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଖୋଲିବାର ଅନୁମତି ମଧ୍ୟ ମିଳିସାରିଛି। ଟୁରିଜିମ ସେକ୍ଟରକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଗାଁରେ ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ନେବା ସହ ବିନା ରହିବା ଖର୍ଚ୍ଚରେ ଭ୍ରମଣ ପାଇଁ ଦେଶ ବିଦେଶରୁ ପ୍ରାୟ ୨୦୦୦ରୁ ଅଧିକ ଆବେଦନ ଆସିସାରିଲାଣି ଯେଉଁଥିରେ ସାମିଲ୍ ଅଛନ୍ତି ୫୦୦୦ରୁ ଉର୍ଦ୍ଧ ପର୍ଯ୍ୟଟକ।

italian village-4

ତେବେ ଆପଣ ଯଦି ଏହି ସେନ୍ ଜୋଓ୍ୱାନୀର ମାଗଣା ରହିବା ସୁବିଧା ସହ ଏଠାକାର ସୌନ୍ଦର୍ୟ୍ୟର ଲାଭ ଉଠାଇବାକୁ ଚାହାନ୍ତି ତେବେ ଏହାର ଭିଲେଜ୍ ଆସୋସିଏସନ୍ ଦ୍ୱାରା ଜାରି କରାଯାଇଥିବା ମେଲ୍ ଆଇଡି (amicidelmorrutto@gmail.com)ରେ ମେଲ୍ କରି ତଥ୍ୟ ସଂଗ୍ରହ କରିପାରିବେ।

Comment