ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ଗଛରେ ୫ ପ୍ରକାରର ଆମ୍ବ। ଏହା ଅଜବ ଲାଗୁଥିଲେ ବି ସତ। ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଗଛ ଦେଖିବାକୁ ମିଳିଛି। ପାଟନାର ଜଣେ ବ୍ୟକ୍ତି ଭିକାରୀ ମେହଟ୍ଟା ନିଜ ବାଡ଼ିରେ ଏଭଳି ଏକ ଗଛ ପ୍ରସ୍ତୁତ କରିଛନ୍ତି। ସ୍ମାର୍ଟ ଟେକନିକ୍ ବ୍ୟବହାର କରି ଗୋଟିଏ ଆମ୍ବଗଛରେ ୫ ପ୍ରକାରର ଆମ୍ବ ଫଳାଇବାରେ ସେ ସଫଳ ହୋଇଛନ୍ତି।CGU new

ଆପଣ ଏବେ ଭାବୁଥିବେ ଏହା କିଭଳି ସମ୍ଭବ। ପ୍ରକୃତ କଥା ହେଉଛି ବ୍ୟକ୍ତି ଜଣକ ଗ୍ରାଫ୍ଟିଙ୍ଗ୍ ଟେକନିକ୍ ମାଧ୍ୟମରେ ଏଭଳି ଏକ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି।

ଏଥିପାଇଁ ତାଙ୍କୁ ଏହି ଗଛ ଉପରେ ବାରମ୍ବାର ପରୀକ୍ଷା କରିବାକୁ ପଡ଼ିଥିଲା। ବହୁବାର ଚେଷ୍ଟା ପରେ ସେ ଏଥିରେ ସଫଳ ହୋଇଛନ୍ତି। ଆଗାମୀ ବର୍ଷକୁ ଏହି ସମାନ ଗଛରେ ୧୦ ପ୍ରକାରର ଆମ୍ବ ଫଳିବ ବୋଲି କହିଛନ୍ତି।

Comment