ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭିର ଜଣାଶୁଣା ଚେହେରା ତଥା ଲୋକପ୍ରିୟ ସିରିଏଲ ‘କସୌଟି ଜିନ୍ଦେଗି କେ ୨’ରେ ଅନୁରାଗ ବାସୁ ଚରିତ୍ରରେ ଅଭିନୟ କରୁଥିବା ପାର୍ଥ ସମାଥନ କରୋନା ପଜିଟିଭ। ଏନେଇ ଅଭିନେତା ପାର୍ଥ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ଗତ କିଛି ଦିନ ମଧ୍ୟରେ ଯେଉଁମାନେ ବି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ପାର୍ଥ ଏବେ କସୌଟି ଜିନ୍ଦେଗି କେ୨ର ସୁଟିଂ ଜାରି ରଖିଥିଲେ।  ତାଙ୍କର କରୋନା ରିପୋର୍ଟ ଆସିବା ପରେ ସିରିଏଲର ସୁଟିଂକୁ ବନ୍ଦ କରିଦିଆଯାଇଛି।

ପାର୍ଥ ଏବେ ସେଲ୍ଫ କ୍ୱାରେଣ୍ଟାଇନରେ ଅଛନ୍ତି। ଲଗାତର ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ଅନେକ ଟିଭି କଳାକାର ପାର୍ଥଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here