ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

Bihar covid center-1

ବିହାରର ସୁପୋଲ ଜିଲ୍ଲାରେ କୋଭିଡ୍ ସେଣ୍ଟର ଆଗରେ ଜମିଛି ଆଣ୍ଠୁଏ ଉପରକୁ ପାଣି। ଏନେଇ ବିଭିନ୍ନ ଅସୁବିଧାର ସାମନା କରୁଛନ୍ତି ଏଠାକାର ରୋଗୀ, ଡାକ୍ତର ତଥା ନର୍ସ। କୋଭିଡ୍ ସେଣ୍ଟରରେ ପହଞ୍ଚିବାକୁ ଡାକ୍ତର ଓ ନର୍ସଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି।

CGU new

ସୁପୋଲ ଜିଲ୍ଲା ନିର୍ମଳି ଅନୁମଣ୍ଡଳ ମୁଖ୍ୟାଳୟ ଓ୍ୱାର୍ଡ ୧୨ରେ ଥିବା ପବ୍ଲିକ୍ ରେଷ୍ଟ ହାଉସକୁ କୋଭିଡ୍ ସେଣ୍ଟରରେ ପରିଣତ କରାଯାଇଛି। ଏଠାରେ ଚିକିତ୍ସିତ ହେଉଛନ୍ତି 6 ଜଣ କରୋନା ରୋଗୀ। ତେବେ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁଁ ଏହି ସେଣ୍ଟର ଚାରିପଟେ ଜମିଛି ଆଣ୍ଠୁଏ ଉପରକୁ ଅପରିଷ୍କାର ପାଣି। ତେଣୁ ଡାକ୍ତର ନର୍ସମାନଙ୍କୁ କୋଭିଡ୍ ସେଣ୍ଟରରେ ଯାଇ ପହଞ୍ଚିବାକୁ ବିଭିନ୍ନ ଅସୁବିଧାର ସାମନା କରିବାକୁ ପଡ଼ୁଛି। ମେନ ରୋଡରୁ ୨୦୦ ମିଟର ଦୂରରେ ଥିବା ଏହି କୋଭିଡ୍ ସେଣ୍ଟରକୁ ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ଯିବାକୁ ପଢ଼ୁଛି। ଏହାଛଡ଼ା ଠେଲା ଗାଡ଼ିରେ ବସି ମଧ୍ୟ ଡାକ୍ତର ସେଣ୍ଟରକୁ ଯାଉଛନ୍ତି। ଆଉ କେତେକ ଡାକ୍ତର ଜମିଥିବା ପାଣି ଯୋଗୁଁ ହାଫ୍ ପ୍ୟାଣ୍ଟରେ ସେଣ୍ଟରକୁ ଆସୁଛନ୍ତି।

bihar covid center-2

ଏହା ବ୍ୟତୀତ ଏତେ ପାଣି ଜମିବା ହେତୁ ଉଭୟ ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାପ ତଥା ଅନ୍ୟାନ୍ୟ ପୋକଯୋକର ମଧ୍ୟ ଭୟ ରହୁଛି। ସବୁଦିନ ଏପରି ଅପରିଷ୍କାର ପାଣି ମଧ୍ୟ ଦେଇ ଯିବା ଆସିବା କରିବା ଦ୍ୱାରା ଡାକ୍ତର ନର୍ସଙ୍କୁ ମଧ୍ୟ ବିଭିନ୍ନ ରୋଗର ଆଶଙ୍କା ରହୁଛି କିନ୍ତୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନିଜ ଜୀବନକୁ ପଛରେ ପକାଇ ସେମାନେ ବିଭିନ୍ନ ଉପାୟରେ ଏଠାକୁ ଆସି ଚିକିତ୍ସା ଜାରି ରଖିଛନ୍ତି।

Comment