ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନାକୁ ପୁଣି କେନ୍ଦ୍ର ସରକାର ୩୦୦ କୋଟି ଦେଇଛନ୍ତି। ସେନାକୁ ମଜଭୁତ କରିବା ପାଇଁ ରାଇଫଲ, କ୍ଷେପଣାସ୍ତ୍ର, ଗୁଳି, ଡ୍ରୋନ୍ ଇତ୍ୟାଦି କିଣିବାକୁ ସରକାର ଏହି ଟଙ୍କା ଅନୁମୋଦନ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ର ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ  ଜୁନ ୨୧ରେ  ସେନାକୁ ୫୦୦ କୋଟି ଟଙ୍କା ଅନୁମୋଦନ କରିଥିଲେ ସରକାର।

CGU new

ଏହି ଟଙ୍କାରେ ଭାରତ ଆମେରିକୀୟ କମ୍ପାନିରୁ ୭୨ ହଜାର ସିଗ୍‌ ୭୧୬ ଆସଲ୍ଟ ରାଇଫଲ ଏବଂ ଇସ୍ରାଏଲ ଠାରୁ ଆଣ୍ଟି-ଟ୍ୟାଙ୍କ୍ ଗାଇଡେଡ ମିସାଇଲ୍ ଏବଂ ହେରନ୍ ଡ୍ରୋନ୍ କିଣିବ ବୋଲି ଜଣାପଡ଼ିଛି।

ଏଲଏସି ନିକଟରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି। ଏବେ ସ୍ଥିତି ଶାନ୍ତ ପଡ଼ିଥିଲେ ବି ଭାରତ ନିଜର ସେନାକୁ ମଜଭୁତ କରିବାକୁ ଚାହୁଁଛି। ଯାହାଦ୍ୱାରା ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ଭାରତୀୟ ସେନା।

Comment