ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ ଜଣେ ବାର୍ କର୍ମଚାରୀଙ୍କୁ ଛୁରାମାଡ଼ କରି ହତ୍ୟା ଘଟଣାରେ ଖୋର୍ଦ୍ଧା ପୋଲିସ ୬ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଛୁରୀ ଏବଂ ବିଏମଡବ୍ଲ୍ୟୁ ଗାଡ଼ି ଜବତ ହୋଇଛି। ଏନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି।

ଗତ ୧୪ ତାରିଖ ରାତିରେ ଖୋର୍ଦ୍ଧାର ୧୬ ନଂ ଜାତୀୟ ରାଜପଥ ବାଇପାସ କଡ଼ରେ ଥିବା ଏକ ବାର ନିକଟରେ ଏହି ହତ୍ୟାକାଣ୍ଡ ହୋଇଥିଲା।ହତ୍ୟାକାଣ୍ଡ ପରେ ଏସପିଙ୍କ ନେତୃତ୍ୱରେ ପାଞ୍ଚଟି ଟିମ ଗଠନ କରାଯାଇଥିଲା। ଆଜି ରଣପୁର ଜଙ୍ଗଲରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଏଥିସହ ହତ୍ୟାରେ ବ୍ୟବହାର କରାଯାଇଥିବା ବିଏମଡ଼ବ୍ଲୁ କାର ଏବଂ ଛୁରୀ ଜବତ କରାଯାଇଛି।CGU newଏସପିଙ୍କ ସୂଚନା ଅନୁଯାୟୀ ଅପରାଧୀମାନେ ଭୁବନେଶ୍ୱର ନୟାପଲ୍ଲୀରେ ଜଣେ ଗାଡି ଚାଳକକୁ ଆକ୍ରମଣ କରିବାପରେ ଖୋର୍ଦ୍ଧା ବାଇପାସ୍ ନିକଟରେ ଥିବା ପାଢ଼ୀ ବାରକୁ ଆସିଥିଲେ। ସେଠାରେ ଗାଡି ପାର୍କିଂକୁ କେନ୍ଦ୍ରକରି ବାର୍ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି। ଏମାନଙ୍କ ନାମରେ ବହୁ ମାମଲା ରହିଥିବା ଜଣାପଡିଛି।

Comment