ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀର ପୁଞ୍ଚ ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନର ମୋର୍ଟାର ମାଡ଼ରେ ୩ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକ ୩ ଜଣ ଯାକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ରାତିରେ ଘନ ଘନ ମୋର୍ଟାର ମାଡ଼ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘର ଭିତରେ ରହିଥିଲା ବେଳେ ଘର ଉପରେ ମୋର୍ଟାର ମାଡ଼ ହୋଇଥିଲା। ଏହି ସମୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲାCGU new

ଭାରତୀୟ ଯବାନ ଘଟଣା ସ୍ଥଳରେ ପହଞ୍ଚି ଏହାର କଡ଼ା ଜବାବ ଦେଇଥିଲେ। ଏଥସହ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ରାତିରେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ହେବ ନିୟନ୍ତ୍ରଣ ରେଖା ନିକଟରେ କ୍ରମାଗତ ଭାବେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି।

LEAVE A REPLY

Please enter your comment!
Please enter your name here