ଓଡ଼ିଶାଲାଇଭ୍ ବ୍ୟୁରୋ

Rajnath singh-1

ସୀମାର ସ୍ଥିତି ସମୀକ୍ଷା ପାଇଁ ଗତ କାଲି ଲଦାଖ ଗସ୍ତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଲଏସିଠାରେ ଭାରତୀୟ ଯବାନଙ୍କ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିବା ସହ ଭାରତର ଗୋଟିଏ ଇଞ୍ଚ ଜମି କେହି ନେଇପାରିବେ ନାହିଁ ବୋଲି ଚୀନକୁ କଡ଼ା ସନ୍ଦେଶ ଦେଇଥିଲେ।

CGU new

ତେବେ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ସେ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଏଠାରେ ତାଙ୍କ ସହ ସିଡିଏମ୍ ଜେନେରାଲ ବିପିନ୍ ରାଓ୍ୱତ୍, ସେନା ମୁଖ୍ୟ ନରଓ୍ୱଣେ ଓ ଅନ୍ୟାନ୍ୟ ଅଧିକାରୀ ମଝ୍ୟ ଉପସ୍ଥିତ ଥିଲେ। ଏହା ପରେ ସେ ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭେଟ କରିବା ସହ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ପାଇଁ ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ। ସୀମା ବିବାଦର ସମାଧାନ ପାଇଁ ଲଗାତାର ଚେଷ୍ଟା କରାଯାଉଛି ବୋଲି କହିଛନ୍ତି ରାଜନାଥ ସିଂ।

RajnathSingh-2

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ୱର ଏକମାତ୍ର ଦେଶ ଯାହା ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେଇଆସୁଛି। ଅନ୍ୟ କୌଣସି ଦେଶର ସ୍ୱାଭିମାନକୁ କ୍ଷତି ପହଁଚାଇବା ପାଇଁ ଭାରତ କେବେ ବି ଚେଷ୍ଟା କରିନାହିଁ। ହେଲେ ଯଦି ଭାରତର ସ୍ୱାଭିମାନ ଉପରେ ଆଞ୍ଚ ଆସେ ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

Comment