ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ନିଜର ଲୋକପ୍ରିୟତା ବଜାୟ ରଖିବା ସେତେ ସହଜ ନୁହେଁ। କଠିନ ପରିଶ୍ରମ କରି ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରଥାନ୍ତି କଳାକାର। ତେବେ ସଫଳ ହେବାର ସ୍ୱପ୍ନ ନେଇ ବଲିଉଡରେ ପାଦ ଥାପିଛନ୍ତି ପିଢ଼ି ପରେ ପିଢ଼ି। କେତେକ କଳାକାର ନିଜ ବାପା-ମାଙ୍କ ଅନୁସାରେ ସେତେଟା କମାଲ୍ ଦେଖାଇପାରିନାହାନ୍ତି ତ ଆଉ କେତେକ କଳାକାର ଅଧିକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି।

CGU new

ଆସନ୍ତୁ ଜାଣିବା ଏପରି କଳାକାରଙ୍କ ବିଷୟରେ ଯେଉଁମାନେ ବଲିଉଡରେ ନିଜ ବାପା-ମାଙ୍କଠାରୁ ଅଧିକ ସଫଳତା ହାସଲ କରିଛନ୍ତି।

shahid with dad

ଶାହିଦ କପୁର- ଶାହିଦ କପୁରଙ୍କ ବାପା ପଙ୍କଜ କପୁର ଜଣ ନିଖୁଣ ଅଭିନେତା। ଦର୍ଶକେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ପୁଅ ଶାହିଦ କପୁର ପଙ୍ଗଜ କପୁରଙ୍କ ତୁଳନାରେ ବଲିଉଡରେ ଢ଼େର୍ ସଫଳତା ପାଇଛନ୍ତି।

hritik and father

ଋତିକ୍ ରୋଶନ- ରାକେଶ ରୋଶନ ଏକାଧାରାରେ ଜଣେ ଆକ୍ଟର ଏବଂ ଡିରେକ୍ଟର ମଧ୍ୟ। କିନ୍ତୁ ତାଙ୍କ ପୁତ୍ର ଋତିକ ରୋଶନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

shradha with dad

ଶ୍ରଦ୍ଧା କପୁର- ବଲିଉଡରେ ହିରୋ ହେବା ଆଶା ନେଇ ଆସିଥିବା ଶକ୍ତି କପୁରଙ୍କ ନେଗେଟିଭ୍ ଚରିତ୍ରକୁ ଲୋକେ ଅଧିକ ପସନ୍ଦ କରିଥିଲେ। କିନ୍ତୁ ଝିଅ ଶ୍ରଦ୍ଧା କପୁରଙ୍କ ଫ୍ୟାନ ଫଲୋଇଂ ଶକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ।

kareena with dad

କରିନା କପୁର- ମାଆ ବବିତା କପୁର ମଧ୍ୟ ଜଣେ ଦକ୍ଷ ଅଭିନେତ୍ରୀ ଥିଲେ। କିନ୍ତୁ ରଣଧୀର କପୁରଙ୍କ ସହ ବିବାହ କରିବା ପରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ। ତେବେ ତାଙ୍କ ବଂଶର ସବୁଠୁ ହିଟ୍ ଅଭିନେତ୍ରୀ ରହିଛନ୍ତି ଝିଅ କରିନା କପୁର।

alia with mom

ଆଲିଆ ଭଟ୍ଟ- ଆଲିଆଙ୍କ ମାଆ ସୋନୀ ରାଜଦାନ ବଲିଉଡରେ ବହୁତ କଲ ଫିଲ୍ମରେ ନଡର ଆସିଛନ୍ତି। କିନ୍ତୁ ଆଲିଆ ଭଟ୍ଟ ନିଜ ଅଭିନୟ ବଳରେ କମ ବୟସରୁ ହିଁ ଅଧିକ ଲୋକପ୍ରିୟତା ହାସଲ କରିସାରିଛନ୍ତି।

kajol with mom

କାଜଲ ମୁଖର୍ଜୀ- କାଜଲଙ୍କ ମାଆ ତନୁଜା ମୁଖର୍ଜୀ ନିଜ ସମୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଜଲ ଆଜି ମଧ୍ୟ ଜଣେ ସଫଳ ଓ ଲୋକପ୍ରିୟା କଳାକାର ଭାବେ ଜଣା। କାଜଲଙ୍କ ଆକ୍ଟିଂଙ୍କୁ ବେଶ୍ ପସନ୍ଦ କରନ୍ତି ଦର୍ଶକ।

Comment