ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona death

 

ରାଜ୍ୟରେ ପୁଣି ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସମୁଦାୟ ମୃତ୍ୟୁ ସଂଖ୍ୟା ଏବେ ୧୨୦ ଛୁଇଁଲା। ୬ ଜଣ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମର ହୋଇଥିବା ବେଳେ ଭଦ୍ରକ, ଗଜପତି ଏବଂ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ରହିଛନ୍ତି ୫୯ ଓ ୫୦ ବର୍ଷିୟ ଦୁଇଜଣ ମହିଳା ଏବଂ ଜଣେ ୪୪ ବର୍ଷିୟ ପୁରୁଷ। ସେହିପରି ରାୟଗଡ଼ାରୁ ଜଣେ ୭୧ ବର୍ଷିୟ ବ୍ୟକ୍ତି, ଭଦ୍ରକରୁ ୬୦ ବର୍ଷିୟ ବ୍ୟକ୍ତି ଏବଂ ଗଜପତିରୁ ଜଣେ ୫୩ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜି ତିନି ଜଣଙ୍କର ମତ୍ୟୁ ପରେ ଗଞ୍ଜାମରେ ସମୁଦାୟ ମୃତ୍ୟୁସଂଖ୍ୟା ୭୦ରେ ପହଁଚିଛି।CGU new

ଅନ୍ୟପକ୍ଷରେ ଆଜି ରାଜ୍ୟରେ ସର୍ବାଧିକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ ରେ ପହଁଚିଛି।

Comment