ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲସରା ବିଧାୟକ ଏବଂ ତାଙ୍କ ସ୍ତ୍ରୀ କରୋନା ପଜିଟିଭ୍‌।

ରାଜ୍ୟର ଆଉ ଜଣେ ବିଧାୟକ କରୋନା ଜାଲରେ ପଡ଼ିଛନ୍ତି। ସଂପୃକ୍ତ ବିଧାୟକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରାର। ବିଧାୟକଙ୍କ ସମେତ ତାଙ୍କ ସ୍ତ୍ରୀକୁ କରୋନା ହୋଇଥିବା ଜଣାପଡ଼ିଛି। ଉଭୟ ହୋମ୍‌କ୍ୱାରେଣ୍ଟାଇନରେ ଅଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ ପୋଲସରା ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଏଥିରୁ ବର୍ତ୍ତି ନାହାନ୍ତି।

CGU newପୂର୍ବରୁ ୩ ଜଣ ବିଧାୟକ କରୋନା କବଳରେ ପଡ଼ିଥିଲେ। ପ୍ରଥମେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଆଜି ବିଧାନସଭାର ୫ ଜଣ କର୍ମଚାରୀ କରୋନା ଚିହ୍ନଟ ହୋଇଥିବା ଖବର ଆସିବା ପରେ ପୁଣି ଜଣେ ବିଧାୟକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଧାନସଭାକୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି।

Comment