ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

bollywood

ଦର୍ଶକ ତଥା ନିଜ ଫ୍ୟାନ୍ସମାନଙ୍କ ସାମନାରେ ନିଜକୁ ସର୍ବଦା ଟିପଟପ୍ ରଖିବାକୁ ଭଲପାଆନ୍ତି ବଲିଉଡ କଳାକାର। ନିଜ ପ୍ରିୟ କଳାକାରଙ୍କ ପ୍ରତିଟି କଥା ଉପରେ ଥାଏ ଫ୍ୟାନ୍ସଙ୍କର ନଜର। ତେବେ ବଲିଉଡର ଏହି ଖ୍ୟାତନାମା କଳାକାରଙ୍କର ମଧ୍ୟ ରହିଛି କିଛି ଅଜବ ଆଦତ।

CGU new

ତେବେ ଆଜି ଆମେ ଆପଣଙ୍କୁ ବଲିଉଡ ସେଲିବ୍ରିଟିଙ୍କ କିଛି ଅଜବ ଆଦତ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ-

sushmita sen

ସୁଷ୍ମିତା ସେନ୍– ଲୋକପ୍ରିୟ ଅଭିନେତ୍ରୀ ସୁଷ୍ମିତା ସେନଙ୍କୁ ସାପ ବହୁତ ଭଲଲାଗନ୍ତି। ଏକଦା ସେ ଅଜଗର ମଧ୍ୟ ପାଳିଥିଲେ।

Aamir Khan2

ଅମୀର ଖାନ୍- ସବୁ ଜିନିଷରେ ପରଫେକ୍ସ ଖୋଜୁଥିବା ମିଷ୍ଟର ଫରଫେକ୍ସନିଷ୍ଟ ଅମୀର ଖାନ୍ ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ। ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ।

saif ali khan

ସେଫ୍ ଅଲ୍ଲୀ ଖାନ୍– ଛୋଟେ ନଓ୍ୱାବ୍ ନିଜର ବାଥରୁମରେ ଅଧିକ ସମୟ ବିତେଇବାକୁ ଭଲ ପାଆନ୍ତି। ଖବର ଅନୂଯାୟୀ ତାଙ୍କ ବାଥରୁମରେ ଲାଇବ୍ରେରୀ ମଧ୍ୟ ଅଛି।

Salman Khan

ସଲମାନ ଖାନ– ବଲିଉଡର ଭାଇଜାନଙ୍କ ପସନ୍ଦ ନାପସନ୍ଦ ସମସ୍ତଙ୍କୁ ଜଣା। ହେଲେ ତାଙ୍କର ଗୋଟିଏ ଅଜବ ଆଦତ ହେଉଛି ଯେ ତାଙ୍କୁ ସାବୁନ କଲେକ୍ସନ କରିବା ବହୁତ ଭଲଲାଗେ। ଦୁନିଆର ସବୁଠାରୁ ଦାମୀ, ବାସ୍ନାଯୁକ୍ତ ତଥା ଡିଜାଇନର ସାବୁନ ସଂଗ୍ରହ କରି ରଖିବାକୁ ସେ ଭଲପାଆନ୍ତି।

Sunny Leone2

 

ସନି ଲିଓନି- ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସନି ଲିଓନିଙ୍କୁ ବାରମ୍ବାର ନିଜ ଗୋଡ଼ ଧୋଇବାକୁ ଭଲ ଲାଗେ। ସୁଟିଂ ସେଟରେ ମଧ୍ୟ ସେ ପ୍ରତି ୧୫ ମିନିଟରେ ଥରେ ନିଜ ଗୋଡ଼ ଧୋଇବାକୁ ଯାଆନ୍ତି।

kareena2

କରୀନା କପୁର– ଅଭିନୟ ହେଉ କି ଷ୍ଟାଇଲିସ୍ ଆଉଟଫିଟ୍ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବେବୋ। ତେବେ ତାଙ୍କର ଅଜବ ଆଦତ ହେଉଛି ଟେନସନ ଥିବା ବେଳେ ବା କିଛି ଭାବୁଥିବା ସମୟରେ ସେ ନିଜ ନଖ ଚୋବୋଉଥାନ୍ତି।

srk

ଶାହାରୁଖ୍ ଖାନ୍– ବଲିଉଡର ବାଦଶାହ ଦୀର୍ଘ ଦିନ ଧରି ଦର୍ଶକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ତେବେ ସେ ନିଜ ଘର ଭିତରେ କେବେ ଜୋତା କାଢ଼ିବାକୁ ପସନ୍ଦ କରନ୍ତି ନାହିଁ। ଅନେକ ସମୟରେ ଜୋତା ପିନ୍ଧି ଶୋଇଯାଆନ୍ତି।

Comment