ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ପୁଣି ଅଲୋଡ଼ା ହୋଇଛି ଶିଶୁପୁତ୍ର। ଖୋର୍ଦ୍ଧା-ଜଟଣୀ ଥାନା ଚିନ୍ତାମଣି ନଗର ରାସ୍ତାକଡ଼ ବୁଦାମୂଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପରେ ଶିଶୁଟିକୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

କିଛି ଲୋକ ରାସ୍ତାରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ବୁଦାମୂଳରୁ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ। ଏହାପରେ ସଙ୍ଗେସଙ୍ଗେ ଜଟଣୀ ପୋଲିସକୁ ଖବର ଦେଇଥିଲେ।

ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛି। ତେବେ ଶିଶୁ ପୁତ୍ରଟିକୁ କିଏ ଏବଂ କାହିଁକି ବୁଦାମୂଳରେ ଛାଡ଼ିଦେଇଗଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

Comment