ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାରଠୁ ମଙ୍ଗଳବାର ଯାଏଁ ୭୨ ଘଣ୍ଟା ସଟଡାଉନ ରହିବ ରାୟଗଡ଼ା ଜିଲ୍ଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୪୮ ଘଣ୍ଟା ଯାଏଁ ବନ୍ଦ ରହିବ। କେବଳ ଜରୁରୀ ସେବା ଓ କାଜୁଆଲଟି ଖୋଲା ରହିବ।

ଆଜି ରାଜ୍ୟରେ ଯେଉଁ ୧୬୦୨ ପଜିଟିଭ ବାହାରିଛନ୍ତି ସେ ମଧ୍ୟରୁ ରାୟଗଡ଼ା ଜିଲ୍ଲାରୁ ୧୬୨ ଜଣ ଚିହ୍ନଟ ହୋଇଛନ୍ତି। ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାରୁ ଏଥିରେ ରୋକ ଲଗାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି।

Comment