ଓଡିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ପୁଣି ୨୨ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି ଜୟପୁର ସଦର ପୋଲିସ। ଜବତ ଗଞ୍ଜେଇର ମୂଲ୍ୟ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଆଜି ଲମତାପୁଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଜୟପୁର ସଦର ପୋଲିସ ପାତ୍ରପୁଟ ବ୍ରିଜ୍ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ପୋଲିସ ୧୧୨.୮୦୦ କିଲୋଗ୍ରାମ୍‌ର ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ପାଖାପାଖି ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ବିହାରର ଅରବିନ୍ଦ କୁମାର, ଆସାମର କମୋଳ ସୋନାର ଏବଂ ଶିଳ୍ପି ଆଚାରି ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୪ଟି ମୋବାଇଲ ଫୋନ, ୫୫୦ ଟଙ୍କା ଜବତ ହୋଇଛି।

ଏଥିସହ ଗଞ୍ଜେଇ ଯୋଗାଉଥିବା ଅଭିଯୋଗରେ ହେପି ଏଲିୟସ ଆଲେକ୍ସ ଖ୍ରୀଷ୍ଟିଆନ, ସମୀର ଏଲି ସୁନାଧନର ପାଙ୍ଗି ଏବଂ ଉପେନ୍ଦ୍ର ପାଙ୍ଗିଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଜୟପୁର ସଦର ପୋଲିସ ସୂଚନା ଦେଇଛି।

Comment