ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସେମିଳିଗୁଡ଼ାରୁ ୧୫୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ୬ ଜଣ ଗିରଫ ହେବା ସହ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଥିବା ସୂଚନା ମିଳିଛି।

ଗତକାଲି ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ମିଳିଥିଲା। ଏହାପରେ ନବରଙ୍ଗପୁର ଏସ୍‌ପି ନିତିନ କୁସଲକରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ର ଗଞ୍ଜେଇ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ପିଛା କରି ପ୍ରଥମେ ଗୋଟିଏ କାର ଅଟକାଇ ଥିଲେ। ସେହି କାରରୁ ୫୧ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ସେମିଳିଗୁଡ଼ାର ଦୁଇ ଜଣ ରତନ ପଣ୍ଡକ। ଏବଂ ସ।ଲତୁ ଖରାକୁ ଅଟକ ରଖିଥିଲେ।

ସେହି ସମୟରେ ପୁଣି ଦୁଇଟି ଟାଟା ଇଣ୍ଡିକା କାର ଏବଂ ଗୋଟିଏ ଟାଟା ମେଜିକ ଗାଡ଼ିରୁ ସମୁଦାୟ ୧୦୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ୪ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ନଗଦ ୯୦ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୋକସର।ର ସୁରେନ୍ଦ୍ର ନାୟକ, ସେମିଳିଗୁଡ଼ାର ସବୁଲଲ ତକ।ରିଆ, ଆସୁ ନାୟକ ଏବଂ ବିଜୟ କୁମାର ଯାନୀ।BGUନବରଙ୍ଗପୁର ମାଜିଷ୍ଟ୍ରେଟ ଗୀତା ମୁର୍ମୁଙ୍କ ଉପସ୍ଥିତରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇର ମାପ କରାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ଥାନା କର୍ମଚାରୀ ପି ମହାପାତ୍ର, ରାମେଶ୍ୱର ପ୍ରଧାନ, ପି ବିଡିକା, ଜି ହ।ଲବା, ବିକାଶ ବେନିଆ ଏବଂ କୃଷ୍ଣ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comment