ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ‘ଗାନ୍ଧୀଙ୍କ ଓଡିଶା’ ନାଟକକୁ ନେଇ ଜିଲ୍ଲାର ବରିଷ୍ଠ କଳାକାରମାନଙ୍କୁ ଅଣଦେଖା କରାଯାଉଛି । ଏଥିପାଇଁ ଜିଲ୍ଲାର କଳାକାରମାନେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୮୦ହଜାର ଟଙ୍କା ବୟ ଅଟକଳରେ ଏକ ନାଟକ ମାର୍ଚ୍ଚ ୨୩ରେ ନବରଙ୍ଗପୁର ଟାଉନ ହଲ୍ ଠାରେ ମଞ୍ଚସ୍ତ ହେବାକୁ ଯାଉଛି । ଏହି ନାଟକରେ ଜିଲ୍ଲାର ବରିଷ୍ଠ କଳାକାରଙ୍କୁ ଅଣଦେଖା କରିବା ଅଭିଯୋଗରେ ଜିଲ୍ଲାର କଳାକାର ଏବଂ ଜନସାଧାରଣଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଦେବା ସମୟରେ ବରିଷ୍ଠ କଳାକାର ଦେବଦାସ ମହାଙ୍କୁଡ, ଅସିତ କୁମାର ଦେଓ, ସୁରେଶ ମହାନ୍ତି, ରାମ ସିଂ ଏବଂ ଭୁବନେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comment