ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ରାସ୍ତା ମରାମତି ପାଇଁ ବାରମ୍ବାର ବ୍ଲକ୍‌ ପ୍ରଶାସନକୁ ଜଣାଉଥିଲେ। ତୁରନ୍ତ ଏଥିପାଇଁ ପଦକ୍ଷେପ ନେବାକୁ ଗୁହାରି କରୁଥିଲେ। କିନ୍ତୁ ପ୍ରଶାସନ ନଶୁଣିବାରୁ ଫଳସ୍ୱରୂପ ସେହି କାଦୁଅ ରାସ୍ତାରେ ଧାନ ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ।  ଏପରି ଘଟଣା ନବରଙ୍ଗପୁର ବ୍ଲକ ବଡକୁମୁଲି ପଞ୍ଚାୟତର ତେଲିଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି।

ଗ୍ରାମବାସୀମାନେ ରାସ୍ତା ମଝିର ଆଣ୍ଠୁଏ କାଦୁଅ  ରାସ୍ତାରେ ଧାନ ଚାରାକୁ ରୋପଣ କରି ରାସ୍ତା ନିର୍ମାଣରେ ବିଳମ୍ବ ହେଉଥିବାରୁ ଏହା ବିରୋଧରେ ପ୍ରତିବାଦ ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୦୦  ମିଟର ଦୂରରେ ଥିବା ଏହି ରାସ୍ତା ଉପରେ ୩ଟି ବ୍ଲକ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡିର ଆଖପାଖ ଗ୍ରାମବାସୀମାନେ ନିର୍ଭର କରନ୍ତି। ଏହାସତ୍ତ୍ୱେ ଦୀର୍ଘଦିନ ଧରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ।Promotion Card Start UP Story 5

ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ନେଇ ଗ୍ରାମବାସୀ ଓ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ମାଝି ଅଭିଯୋଗ କରିଛନ୍ତି।

ପ୍ରତ୍ୟେକ ଗ୍ରାମକୁ ପକ୍କା ସଡକ ପାଇଁ  ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ପ୍ରଶାସନର ମନମୁଖୀ କାରବାର ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନଥିବା ଅଭିଯୋଗ କରି ଗ୍ରାମବାସୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ଗୌରୀ ମାଝି , ପିଣ୍ଟୁ ମିଶ୍ର , ଶୁଭମ ଚୌଧୁରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Comment