ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ନିକଟରେ ଦୀର୍ଘ ଦିନ ହେବ ଜମି ରହିଛି କୁଢ଼ କୁଢ଼ ଆବର୍ଜନା। ଏଥିଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।

ପ୍ରତିଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ଯିବାଆସିବା ଲାଗି ରହିଥାଏ। ଏହା ନିକଟରେ ରହିଛି ଜିଲ୍ଲା ସାଂସ୍କୃତିକ ଭବନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ଏବଂ ବହୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ। କୁଢ଼ କୁଢ଼ ଅଳିଆ ଜମି ରହିବା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ମାଛି ଓ ମଶାଙ୍କର ପ୍ରାଦୁର୍ଭାବ ବଢ଼ିବାକୁ ଲାଗିଛି। ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।

ଦୀର୍ଘ ଦିନ ହେଲା ଉପଜିଲ୍ଲାପାଳ ନିଜେ ପୌର ନିର୍ବାହି ଅଧିକାରୀ ଦାୟିତ୍ୱରେ ରହିଥିଲେ ମଧ୍ୟ ଆବର୍ଜନା ହଟାଇବା ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Tags: #Garbage #Nabarangpur #SubCollector

Comment