ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନୂତନ ଜିଲ୍ଲା କୋର୍ଟ ପରିସରଠାରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ନୂତନ ଜିଲ୍ଲା କୋର୍ଟ ପରିସରରେ ୧୫୦ଗୋଟି ଫଳଜାତୀୟ ଚାରା ରୋପଣ କରାଯାଇଛି।

ଚାରା ରୋପଣ କାର୍ଯ୍ୟକ୍ରମରେ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା କୋର୍ଟର କର୍ମଚାରୀ, ଆଇନଜୀବି, ପାରାଲିଗାଲ ସ୍ଵେଚ୍ଛାସେବୀ ଓ ବନ ବିଭାଗର କର୍ମଚାରୀମାନେ ଭାଗ ନେଇଥିଲେ। ଏଥିସହ ମୁଖ୍ୟ ଅତିଥିଭାବେ ଜିଲ୍ଲା ଜଜ୍ ଅଶୋକ କୁମାର ପଣ୍ଡା ଯୋଗ ଦେଇ ଚାରା ରୋପଣ କରିଥିଲେ।ସରକାରୀ ଗାଇଡଲାଇନ ଅନୁସାରେ ସମସ୍ତେ ମୁହଁରେ ମାସ୍କ ପିନ୍ଧି ନୂତନ ଜିଲ୍ଲା କୋର୍ଟ ପରିସରରେ ଚାରା ରୋପଣ କରିଥିଲେ।

ସେହିପରି ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣୟ କୁମାର ଦାସ, ବରିଷ୍ଠ ଦେବାନୀ ଜଜ୍ ରାଜ କିଶୋର ଜେନା, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଅପର୍ଣ୍ଣା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନ୍ନପୂର୍ଣ୍ଣା ନାୟକ, ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ବନ ବିଭାଗ ଦ୍ଵାରା ପରିଚାଳନ କରାଯାଇଥିଲା।

Comment