ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଗତକାଲି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଅଞ୍ଚଳରୁ ୧୫୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଆଜି ପୁଣି ୮୨୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ନବରଙ୍ଗପୁର ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଏକ ଟ୍ରକ୍ ଜବତ ହୋଇଥିବା ସୂଚନା ମିଳିଛି।

ଆଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଏସ୍‌ପି ନିତିନ କୁସଲକରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ର ଏବଂ ତାଙ୍କ ଟିମ୍ ଏହି ଚଢ଼ାଉ କରିଛନ୍ତି। ସେମାନେ ଉତ୍ତରପ୍ରଦେଶର ଏକ ଟ୍ରକ (ୟୁପି ୨୧ ଏନ୍ ୭୫୧୨)କୁ ପିଛା କରି ତାହାକୁ ଜବତ କରିବାରେ ସଫଳ ହୋଇଛନ୍ତି। ଏହି ଟ୍ରକରୁ ୮୨୪ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ଜୟପୁରରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତ ୨ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।BGUନବରଙ୍ଗପୁର ମାଜିଷ୍ଟ୍ରେଟ୍  ଗୁଡ଼ରା ହେମ୍ରମ୍‌ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ମାପ କରାଯାଇଥିଲା। ନବରଙ୍ଗପୁର ଥାନା ଅଧିକାରୀ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ନବରଙ୍ଗପୁର ଥାନାର ରାକେଶ ବେହେରା,  ଅଶୋକ କୁମାର ଦେଓ, ସାଗର ମାଝୀ ଏବଂ କୃଷ୍ଣ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Comment