ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଗଞ୍ଜେଇ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି। ଆଜି ଜୟପୁର ସଦର ପୋଲିସ ପୁଣି ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି।

ଆଜି କୋରାପୁଟରୁ ଏକ ଟ୍ରକ ଯୋଗେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଜୟପୁର ସଦର ପୋଲିସ ଏହି ଚଢ଼ାଉ କରିଥିଲା। ଜାତୀୟ ରାଜପଥ ୨୬ର ଉମୁରି ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ଚଢ଼ାଉ କରି ପୋଲିସ ଟ୍ରକଟିକୁ ଜବତ କରିଥିଲା। ଟ୍ରକ ଯାଞ୍ଚ କରିବାରୁ ସେଥିରୁ ୪ କ୍ୱିଣ୍ଟାଲ ୭ କିଲୋଗ୍ରାମ ୨୫୦ ଗ୍ରାମ ଗଞ୍ଜେଇ ମିଳିଥିଲା।

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କୋରପୁଟର କିସନ କୁମାର ଖେମୁଣ୍ଡୁ, ମଧ୍ୟପ୍ରଦେଶର ରବି ଶର୍ମା, ଆଲୋକ ଶ୍ରୀବାସ୍ତବ ଏବଂ କାଶିରାମ ବଘେଲ।BGUଏମାନଙ୍କଠାରୁ ୧୮ ଶହ ଟଙ୍କା, ୪ଟି ମୋବାଇଲ ଓ ଏକ ନମ୍ବରବିହୀନ କଳା ପଲସର ବାଇକକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comment