ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକମାନେ ନେବେ ତାଲିମ। ୧୦୧ଟି ଉତ୍କର୍ଷ ସ୍କୁଲରୁ ୨ ଜଣ ଲେଖାଏଁ ଶିକ୍ଷକ, ୩୦ଟି ଜିଲ୍ଲାରୁ ୩୦ଟି ଯୁକ୍ତ ୨ କଲେଜ ଶିକ୍ଷକଙ୍କୁ ଅନଲାଇନରେ ମିଳିବ ତାଲିମ। ସ୍କୁଲଓ ଗଣଶିକ୍ଷା ବିଭାଗ ତରଫରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ଦିନକୁ ୨ ଘଣ୍ଟା ତାଲିମ ଦିଆଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ସୂଚନା ଦେଇଛନ୍ତି।
କରୋନା ପାଇଁ ଯେମିତି ଶିକ୍ଷାଦାନ ପ୍ରଭାବିତ ନହୁଏ ଓ ଶିକ୍ଷକ କିପରି ଭାବେ ଅନଲାଇନ ଶିକ୍ଷାଦାନ କରିବେ ସେନେଇ ତାଲିମ ଦିଆଯିବ ବୋଲି କହିଛନ୍ତି ସମୀର ରଞ୍ଜନ ଦାଶ।
ଏଥିସହ ଯୁକ୍ତ ୨ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନେ ଦୁଇ ଦିନ ଭିତରେ ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।