ଓଡ଼ିଶାଲାଇଭ୍‌ ବ୍ୟୁର

କାଳିଆ ଟଙ୍କା ଏବେ ଫେରାଇବେନି ଅଯୋଗ୍ୟ ହିତାଧିକାରୀ। ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର। ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥସହିତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମଧ୍ୟ ଲେଖା ହୋଇଛି। ରାଜ୍ୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

କାଳିଆ ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ସରକାର। ପ୍ରାୟ ୫୧ ଲକ୍ଷ ଚାଷୀଙ୍କ ଖାତାକୁ ଯାଇଥିଲା କାଳିଆ ଟଙ୍କା । ତେବେ ଏମାନଙ୍କ ଭିତରେ କେତେକ ଅଯୋଗ୍ୟ ହିତାଧିକାରୀ ଥିଲେ। ସେମାନଙ୍କ ଚିହ୍ନଟ କରାଯାଇ ଟଙ୍କା ଫେରାଇବାକୁ ନୋଟିସ୍ ପଠାଯାଇଥିଲା। ଏଥିପାଇଁ କୃଷି ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା।

Comment