ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ। ଦେଶୀ ଅସ୍ତ୍ରଶସ୍ତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ପ୍ରାଥମିକ ଭାବେ ପ୍ରତିରକ୍ଷା କ୍ଷେତ୍ରର ୧୦୧ ଉପକରଣର ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ଏହି ଉପରକରଣଗୁଡ଼ିକୁ ସ୍ୱଦେଶ ଜ୍ଞାନ କୌଶଳରେ ତିଆରି ହେଲେ ଆସନ୍ତା ୬ ରୁ ୭ ବର୍ଷ ଭିତରେ ପ୍ରତିରକ୍ଷା ଶିଳ୍ପକୁ ୪ ଲକ୍ଷ କୋଟି ଟଙ୍କାର ଉତ୍ପାଦ ତିଆରି କରିବାର ସୁଯୋଗ ମିଳିବ।RajnathSingh-2

ଭାରତୀୟ ସେନା ପାଇଁ ୧ ଲକ୍ଷ ୩୦ ହଜାର କୋଟି, ବାୟୁସେନା ପାଇଁ ୧ ଲକ୍ଷ ୩୦ ହଜାର କୋଟି ଏବଂ ନୌସେନା ପାଇଁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ତିଆରି କରିବା ପାଇଁ ଭାରତୀୟ ପ୍ରତିରକ୍ଷା କମ୍ପାନିଗୁଡ଼ିକ ସୁଯୋଗ ପାଇବେ।

ଉପକରଣ ମଧ୍ୟରେ ଯୁଦ୍ଧଯାନ, ଅତ୍ୟାଧୁନିକ ବନ୍ଧୁକ, ପରିବହନ ବିମାନ, ହାଲୁକା ଲଢୁଆ ବିମାନ, ରାଡାର ଭଳି ସାମଗ୍ରୀ ରହିବ।

ସେହିପରି ୧୨୩ଟି ହାଲୁକା ଯୁଦ୍ଧ ବିମାନ ପ୍ରସ୍ତୁତି ପାଇଁ ଚୁକ୍ତି ଭାରତୀୟ କମ୍ପାନି ସହ ଚୁକ୍ତି କରାଯିବ। ଏଥିପାଇଁ ୮୫ ହଜାର କୋଟି ଟଙ୍କା ବ୍ୟୟ ବରାଦ ହେବ। ଏଥିସହ ଭାରତୀୟ ସେନା ପାଇଁ ପ୍ରାୟ ୨୦୦ଟି ଯୁଦ୍ଧଯାନ ତିଆରି ପାଇଁ ଚୁକ୍ତି କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ।

କରୋନା ସ୍ଥିତିରେ ଦେଶର ଅର୍ଥନୀତିକୁ ସୁଦଢ଼ କରିବା ପାଇଁ ଆତ୍ନନିର୍ଭର ଭାରତ ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରାଳୟ ଆତ୍ମନିର୍ଭର ଭାରତ ପାଇଁ ଗୋଟିଏ ପାଦ ଆଗକୁ ନେଇଛି।

Comment