ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷି ଉତ୍ପାଦନ ବୃଦ୍ଧିରେ ରାସାୟନିକ ସାରର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ସତରାଂ ଚାଷୀମାନେ ଖରିଫ୍ ଓ ରବି ଫସଲ ସମୟରେ ରାସାୟନିକ ସାର ଉପରେ ବହୁଳ ମାତ୍ରାରେ ନିର୍ଭର କରିଥାନ୍ତି।
କେତେକାଂଶରେ ଲକ୍ଷ୍ୟ କରାଯାଏ ଚାଷୀମାନେ ସାର ବିକ୍ରେତାଙ୍କ ପାଖରୁ ରାସାୟନିକ ସାର କିଣିଲା ବେଳେ ପିଓଏସ୍ ମେସିନର ବ୍ୟବହାର କରୁନାହାନ୍ତି। ଏହାଦ୍ୱାରା ପ୍ରକୃତ ଚାଷୀଙ୍କ ପାଖରେ କେତେ ସାର ପହଞ୍ଚେ, ତା’ର ହିସାବ ସରକାରଙ୍କ ପାଖରେ ପହଞ୍ଚେ ନାହିଁ। ଏଣୁ ଚାଷୀମାନେ ବିକ୍ରେତାଙ୍କଠାରୁ ସାର କିଣିଲା ବେଳେ ପିଓଏସ୍ ମେସିନ ବ୍ୟବହାର କରନ୍ତୁ।
ପିଓଏସ୍ ମେସିନ ବ୍ୟବହାର କରି ସାର କିଣିବା ଦ୍ୱାରା ସରକାର ନିଶ୍ଚିନ୍ତ ହେବେ ସାରର କଳାବଜାରୀ ହୋଇନାହିଁ ଏବଂ ଏହା ଚାଷୀଙ୍କ ନିକଟରେ ହିଁ ପହଞ୍ଚିଛି।
ଚାଷୀଙ୍କ ନିକଟରେ ସାର ପହଞ୍ଚିଛି ବୋଲି ପିଓଏସ୍ ମେସିନ ଜରିଆରେ ପ୍ରମାଣ ମିଳିବା ପରେ ଯାଇ ସାର କମ୍ପାନିକୁ ରିହାତି ଅର୍ଥରାଶି ଦିଆଯାଏ। ସେଥିଲାଗି ସାରର କଳାବଜାରୀକୁ ରୋକି ଏହାର ସୁବଣ୍ଟନ ପାଇଁ ସରକାରଙ୍କୁ ଚାଷୀମାନେ ସହଯୋଗ କରନ୍ତ ଏବଂ ପିଓଏସ୍ ବ୍ୟବହାର କରନ୍ତୁ।
ଏହାଛଡ଼ା ଏବେ କରୋନା ସମୟ ଚାଲିଥିବାରୁ ସାର ଓ ଔଷଧ ଦୋକାନକୁ ଗଲାବେଳେ ଦୋକାନରେ ସାମଜିକ ଦୂରତ୍ୱ ବଜାଇ ରଖନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ, ନହେଲେ ନାକ ଓ ମୁହଁରେ ଗାମୁଛା ବାନ୍ଧନ୍ତୁ।
ଦୋକାନକୁ ଗଲା ବେଳେ ସାଙ୍ଗରେ ଆଧାରକାର୍ଡ, ଭୋଟ ପରିଚୟ ପତ୍ର କିମ୍ବା ନିଜର କୌଣସି ପରିଚୟ ପତ୍ର ନିଶ୍ଚୟ ସାଙ୍ଗରେ ନେଇ ଯାଆନ୍ତୁ।



















