ଓଡ଼ିଶାଲାଇଭ୍ ବ୍ୟୁରୋ

modi_national digital health mission_74th Independence Day

ଠିକ୍ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା ଲୋକପ୍ରିୟ ଯୋଜନା ଆୟୁଷ୍ମାନ ଭାରତ। ଆଜି ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଡିଜିଟାଲ ହେଲଥ ମିଶନର ଶୁଭାରମ୍ଭ କରିଛନ୍ତି। ତେବେ ଏହି ଯୋଜନାରେ କ’ଣ ସୁଫଳ ମିଳିବ। ଏହା କେମିତି କାମ କରିବ। ଆଉ ଲୋକେ କେମିତି ଫାଇଦା ପାଇବେ?

ଜାତୀୟ ଡିଜିଟାଲ ହେଲଥ ମିଶନ କ’ଣ?

ଜାତୀୟ ଡିଜିଟାଲ ହେଲଥ ମିଶନ ଜରିଆରେ ଦେଶର ସମସ୍ତ ଲୋକ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ଘରୋଇ ଓ ସରକାରୀ ଡାକ୍ତରଖାନା ଯୋଡ଼ିହେବେ। ଏଥିରେ ସମସ୍ତଙ୍କ ସ୍ୱାସ୍ଥ୍ୟ ବିବରଣୀ ରହିବ। ଯେତେବେଳେ ବି ଜଣେ ଡାକ୍ତର କିମ୍ବା ଡାକ୍ତରଖାନା ଯିବେ ସେତେବେଳେ ଏହି ବିବରଣୀ ସେମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ସାହାଯ୍ୟ କରିବ। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁମତିରେ ହିଁ ଡାକ୍ତର କିମ୍ବା ଡାକ୍ତରଖାନା ତାଙ୍କ ସ୍ୱାସ୍ଥ୍ୟ ଇତିହାସ ସମ୍ପର୍କରେ ତଥ୍ୟ ହାସଲ କରିପାରିବେ।

BGU

ଡିଜିଟାଲ ହେଲେ କ’ଣ ଫାଇଦା ମିଳିବ?

ଜଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ଯେତେବେଳେ ଡାଟାବେସରେ ଉପଲବ୍ଧ ହେବ, ସେତେବେଳେ ଚିକିତ୍ସା କରିବା ଆହୁରି ସୁବିଧାଜନକ ହେବ। କୌଣସି ଟେଷ୍ଟକୁ ଅଯଥାରେ ବାରମ୍ବାର କରିବାକୁ ପଡ଼ିବ ନାହିଁ। ନିଜର ମନେ ନ ରହିଲେ, ବି କେବେ କେଉଁ ମେଡିସିନ ଖାଇଛନ୍ତି ତାହା ଏହି ଡାଟାବେସରେ ରହିବ। ଯାହା ଫଳରେ ଡାକ୍ତରଙ୍କୁ ପରବର୍ତ୍ତୀ ଔଷଧ ଲେଖିବାକୁ ସହଜ ହେବ।

national digital health mission benefits

ଏହି ମିଶନରେ କଣ କଣ ସୁବିଧା ମିଳିବ?

-ଡିଜିଟାଲ କାର୍ଡରେ ଜଣେ ବ୍ୟକ୍ତିଙ୍କର ରୋଗ ବିବରଣୀ, ଔଷଧ ବିବରଣୀ, ଟେଷ୍ଟ ବିବରଣୀ ରହିବ। ତେଣୁ ଜଣେ ରୋଗୀ ଯଦି, ଅନ୍ୟ ଡାକ୍ତରଙ୍କ ପାଖକୁ ଜରୁରୀକାଳୀନ ସ୍ଥିତିରେ ଯାଏ, ତେବେ ତୁରନ୍ତ ଚିକିତ୍ସା ଆରମ୍ଭ ହୋଇପାରିବ। ଏହା ସହ ଏତ ଜାତୀୟସ୍ତରୀୟ ହେଲଥ୍ ପୋର୍ଟାଲ ପ୍ରତିଷ୍ଠା  ହେବ, ମୋବାଇଲ୍ ଆପ୍ଲିକେସନ ବି ଲୋକଙ୍କ ସେବା ପାଇଁ ରହିବ। ଏହା ଛଡ଼ା, ନାଗରିକମାନେ ଆପ୍ଲିକେସନରୁ କେଉଁ ଡାକ୍ତରଙ୍କ ପାଖକୁ ଯିବେ ତାର ପରାମର୍ଶ ଅନଲାଇନରେ ହିଁ ପାଇପାରିବେ। ଏପରିକି ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ମଧ୍ୟ ଅନଲାଇନରେ ପାଇପାରିବେ। ଏହା ଛଡ଼ା ଏହି ମିଶନ ଅଧୀନରେ ଏକ ସ୍ୱତନ୍ତ୍ର ଡିରେକ୍ଟୋରି ତିଆରି ହେବ। ଏଥିରେ ଡାକ୍ତରମାନଙ୍କୁ ସ୍ୱତନ୍ତ୍ରତା ସମ୍ପର୍କରେ ତଥ୍ୟ ରହିବ। କେଉଁ କେଉଁ ରୋଗୀ ଦେଖିବେ ସେ ସମ୍ପର୍କରେ ଏହି ଡିଜିଟାଲ ରେଜିଷ୍ଟରରେ ତଥ୍ୟ ରହିବ। ଏହି ଡିରେକ୍ଟୋରିରେ ସମସ୍ତ ଡାକ୍ତରଖାନା, ଲାବରେଟୋରୀ, ମେଡିସିନ ଷ୍ଟୋର, କ୍ଲିନିକ୍ ସମ୍ପର୍କରେ ତଥ୍ୟ ରହିବ।

national digital health mission

ଜାତୀୟ ଡିଜିଟାଲ ହେଲଥ ମିଶନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ ଦ୍ୱାରା ପରିଚାଳିତ ହେବ। ଏହି ମିଶନ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିୟନ୍ତ୍ରଣରେ ରହିବ। ଏଥିରେ ଦୁଇଟି ପ୍ରଧାନ ବିଭାଗ ରହିବ। ଗୋଟିଏ ନୀତି ଓ ନିୟମର ପରିଚାଳନା କରିବ। ଅନ୍ୟଟି ସେବା ଯୋଗାଇଦେବା ଉପରେ କାମ କରିବ।

Comment