ଓଡିଶାଲାଇଭ୍ ବ୍ୟୁରୋ

ଜାତୀୟ ଡିଜିଟାଲ ହେଲଥ ମିଶନର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲାଲକିଲ୍ଲାରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଡିଜିଟାଲ୍ ହେଲଥ ମିଶନର ଘୋଷଣା କରିଛନ୍ତି। ଏହି ମିଶନ ଅନୁସାରେ ପ୍ରତ୍ୟକ ଭାରତୀୟଙ୍କୁ ଏକ ସ୍ମାର୍ଟ ହେଲଥ କାର୍ଡ ମିଳିବ। ଯେତେବେଳେ ବି ଜଣେ କୌଣସି ଡାକ୍ତର କିମ୍ବା ଔଷଧ ଦୋକାନକୁ ଯିବ, ତାର ତଥ୍ୟ ଏହି କାର୍ଡରେ ରେକର୍ଡ ରହିବ। ଖାଲି ସେତିକି ନୁହେଁ, ରୋଗ ଏବଂ ଔଷଧର ବିବରଣୀ ମଧ୍ୟ ରହିବ।

ଏହା ସହ ପ୍ରଧାନମନ୍ତ୍ରୀ କରୋନା ଟିକାକୁ ନେଇ ମଧ୍ୟ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। କହିଛନ୍ତି ଟିକା ସମସ୍ତଙ୍କୁ ମିଳିବ। ୩ଟି ଟିକାର ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ଚାଲିଛି। ଯେତେବେଳେ ଟିକାର ନିରାପତ୍ତା ପରୀକ୍ଷଣ ଶେଷ ହୋଇଯିବ। ଆମେ ସମସ୍ତଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ଏକଦମ ପ୍ରସ୍ତୁତ ଅଛୁ। ସବୁଠାରୁ କମ ସମୟ ଭିତରେ କିପରି ଲୋକଙ୍କ ପାଖରେ ଟିକା ପହଞ୍ଚିପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇସାରିଛି। ଭାରତ ବାୟୋଟେକ୍  ଇଣ୍ଟରନ୍ୟାସନାଲକୁ ଟିକାର ମାନବୀୟ ପରୀକ୍ଷଣ ପାଇଁ ଆଇସିଏମଆର ମଞ୍ଜୁରୀ ଦେଇଛି। ଏଙା ସହ ଜାଇଡସ କାଡିଲା ଓ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ କୋଭିଡ୍ ଟିକାର ପରୀକ୍ଷଣ ଚଳାଇଛନ୍ତି।

BGU

କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷ ଲାଲକିଲ୍ଲାରେ ଭିଡ଼ ନ ଥିଲା। କଟକଣା ଭିତରେ ପାଳିତ ହୋଇଥିଲା ସ୍ୱାଧୀନତା ଦିବସ। ଲଗାତାର ସପ୍ତମ ଥର ପାଇଁ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ ଆମେ ଏକ ବିଚିତ୍ର ସମୟ ଦେଇ ଗତି କରୁଛୁ। ଆଜି ମୁଁ ଲାଲକିଲ୍ଲାରେ ଶିଶୁମାନଙ୍କୁ ଦେଖିବାକୁ ପାଉନି, କାରଣ ଆମେ ଏକ ମହାମାରୀ ସହ ଲଢ଼ୁଛନ୍ତି। ତେବେ ପୂରା ଦେଶବାସୀଙ୍କ ତରଫରୁ ମୁଁ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଉଛି। ସମସ୍ତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଯେଉଁମାନେ ଅହରହ ଦେଶ ଓ ଦେଶବାସୀଙ୍କ ସେବାରେ ଲାଗିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ଏହି ମହାମାରୀରେ, ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ପ୍ରାଣ ହରାଇଛନ୍ତି। ତେବେ ୧୩୦ କୋଟି ଭାରତୀୟଙ୍କ ଉଦ୍ୟମରେ ଆମେ ଏହାକୁ ହରାଇ ପାରିବା” ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ।

Comment