ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ମଶାନ ନାଁ ଶୁଣିଲେ ଲୋକଙ୍କ ମନରେ ଡର ଆସିଯାଏ। ହେଲେ ଇରାକର ନଜଫ ସହରରେ ଥିବା ‘ପିସ୍ ଭ୍ୟାଲି’ ଶ୍ମଶାନ ସାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନସୁଦ୍ଧା ଏଠାରେ ୫୦ ଲକ୍ଷରୁ ଅଧିକ ମୁସଲିମଙ୍କୁ କବର ଦିଆଯାଇଛି। ହେଲେ ଏହି ସ୍ଥାନକୁ ଯିଏ ଥରେ ଆସିଛି ସେ ଏଠାକାର ମନୋରମ ଦୃଶ୍ୟକୁ ଭୁଲି ପାରୁନି। ପିସ୍ ଭ୍ୟାଲି ଏବେ ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଥିବା କହିଲେ କିଛି ଭୁଲ୍ ହେବନି।

ସୂଚନା ଅନୁଯାୟୀ ଇରାକ ଯୁଦ୍ଧ ବେଳେ ଏଠାରେ ପ୍ରତିଦିନ ପ୍ରାୟ ୨୦୦ରୁ ୨୫୦ ଲୋକଙ୍କୁ ସମାଧି ଦିଆଯାଉଥିଲା। ସେବେଠୁ ଏହି ପରମ୍ପରା ଜାରି ରହିଛି। କିନ୍ତୁ ୨୦୧୦ ପରଠୁ ଏହି ଗଣତି ହ୍ରାସ ପାଇଛି। ଏହି ବିଶାଳ ଶ୍ମଶାନ ବା ଶାନ୍ତି ଉପତ୍ୟକାରେ ବର୍ଷ ବର୍ଷ ଧରି ଲୋକମାନଙ୍କୁ ସମାଧି ଦିଆଯାଉଛି।
ତେବେ ଶ୍ମଶାନ କିମ୍ବା ସମାଧି ଥିବା ଜାଗାକୁ ଯିବା ପାଇଁ ସାଧାରଣତଃ ଲୋକମାନେ ଡରନ୍ତି। କିନ୍ତୁ ଧିରେ ଧିରେ ଏହି ସ୍ଥାନଟି ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇସାରିଛି। ପ୍ରତି ବର୍ଷ ହଜାକ ହଜାର ଲୋକ ଏଠାକୁ ବୁଲିବାକୁ ଆସନ୍ତି।

ଏହି ଶାନ୍ତି ଉପତ୍ୟକାରେ ଏପରି କବର ମଧ୍ୟ ଅଛି ଯେଉଁଠାରେ ବୁଲିବାକୁ ଆସୁଥିବା ଲୋକମାନେ ମାନସିକ କରିଥାନ୍ତି। ମୃତ୍ୟୁପରେ ଏହି ସ୍ଥାନରେ ସମାଧି ପାଇବାକୁ ସମସ୍ତେ ମାନସିକ ରଖିଥାନ୍ତି।


















