ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ହୋଇପାରିବ ନାହିଁ ଗଣେଶ ପୂଜା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲାପାଳ ଅନୁପମ ଶାହ ଏନେଇ ଆଜି ସୂଚନା ଦେଇଛନ୍ତି।

ଜିଲ୍ଲାର କୌଣସି ସର୍ବସାଧାରଣ ଅଞ୍ଚଳରେ ଗଣେଶ ପୂଜା ପାଇଁ ଟେଣ୍ଟ କିମ୍ବା ପେଣ୍ଡାଲ ନିର୍ମାଣ ହେବ ନାହିଁ। କୌଣସି ଲୋକ ଏକାଠି ହୋଇ ପୂଜା ମଧ୍ୟ କରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ତାଳଚେର ଜିଲ୍ଲାରେ ମଧ୍ୟ ଗଣେଶ ପୂଜା ହେବ ନାହିଁ ବୋଲି କୁହାଯାଇଛି। ସର୍ବସାଧାରଣ ସ୍ଥାନ, ମଣ୍ଡପ, ସ୍କୁଲ କିମ୍ବା କଲେଜରେ ଗଣେଶ ପୂଜା ହେବ ନାହିଁ ବୋଲି କୁହାଯାଇଛି।

ଭୁବନେଶ୍ୱର ଓ କଟକ ମ୍ୟୁନିସିପାଲଟି ପକ୍ଷରୁ ମଧ୍ୟ ଅନୁରୂପ କଟକଣା ଜାରି କରାଯାଇଛି। ଯଦି କୌଣସି ଅନୁଷ୍ଠାନ କିମ୍ବା ଲୋକ ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଫାଇନ୍ କରାଯିବ ବୋଲି କୁହାଯାଇଛି।

Comment