ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାରିନରେ ଜଣେ ମହିଳା ସପିଂ ମଲ୍‌ରେ ଗଣେଶଙ୍କ ମୂର୍ତ୍ତି ଭାଙ୍ଗି ଗିରଫ ହୋଇଛନ୍ତି। ୫୪ ବର୍ଷୀୟ ମହିଳା ଏକ ନିର୍ଦ୍ଦିଷ୍ଟ ଧର୍ମ ଏବଂ ତାହାର ପରମ୍ପରାକୁ ଅପମାନିତ କରିବା ସହିତ ସପିଂ ମଲ୍‌ରେ କ୍ଷୟକ୍ଷତି କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏନେଇ ବାହାରିନ୍‌ ଗୃହ ମନ୍ତ୍ରାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ଦୁଇ ଦିନ ତଳେ ବାହାରିନର ଏକ ସୁପରମାର୍କେଟରେ ଥିବା ସପିଂ ମଲ୍‌ରେ ଜଣେ ମହିଳା ଗଣେଶ ମୂର୍ତ୍ତି ଭାଙ୍ଗୁ ଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମହିଳା ଜଣକ ବୁର୍ଖା ପିନ୍ଧିଥିଲେ।BGU

ଏଥିସହିତ ଦୋକାନୀଙ୍କ ଉପରେ ବି ଚିଲାଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଆଲୋଚନା ହେଉଛି। ବାହାରିନ ସରକାର ମଧ୍ୟ ଘଟଣା ତୀବ୍ର ନିନ୍ଦା କରିଛନ୍ତି। କୌଣସି ଧର୍ମକୁ ଅପମାନିତ କରିବା ବାହାରିନର ଉଦ୍ଦେଶ୍ୟ ନୁହେଁ ବୋଲି ଜଣେ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି।

ବାହାରିନରେ ଭାରତୀୟ ବହୁ ସଂଖ୍ୟାରେ ଅଛନ୍ତି। ଏହି ଘଟଣା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅନେକ ମତ ପ୍ରକାଶ କରିଛନ୍ତି।

Comment