ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଦୂତାବାସ ବାହାରିନର ପୃଷ୍ଠପୋଷକତାରେ ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର ‘ବିକାଶ’ ଆନୁକୂଲ୍ୟରେ ବାହାରିନ ଓଡ଼ିଆ ସମାଜ ସହଯୋଗରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସନ୍ଧ୍ୟାରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସ୍ୱାମୀ ବିବେକାନନ୍ଦ ଯୁବ ଶକ୍ତି ଓ ଯୁବ ଚେତନାର ପ୍ରତୀକ ସ୍ୱରୂପ। ସେ ଯୁବ ସମାଜର ଆଦର୍ଶ ତେଣୁ ତାଙ୍କ ଜନ୍ମଦିନକୁ ଭାରତ ସରକାର ଜାତୀୟ ଯୁବ ଦିବସ ଭାବେ ପାଳନ କରି ଯଥାର୍ଥତା ପ୍ରତିପାଦିନ କରିଛନ୍ତି ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ହିନ୍ଦୁ ସ୍ଵୟଂ ସେବକ ୟୁରୋପ ମଧ୍ୟପ୍ରାଚ୍ୟ ଆଫ୍ରିକା ମୁଖ୍ୟ ଡକ୍ଟର ରାମ ବୈଦ୍ୟ ଜୀ, ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ଇହଜାସ ଅସ୍ଲାମ, ବହାରିନ ଇଣ୍ଡିଆ କଳା ତଥା ସାଂସ୍କୃତିକ ସମାଜର ଉପାଧ୍ୟକ୍ଷ ତଥା ବହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା, ବିଶ୍ୱ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡକ୍ଟର ଅରୁଣ କୁମାର ପ୍ରହରାଜ ଅଂଶଗ୍ରହଣ କରି ଭାରତୀୟ ସମାଜରେ ବିବେକାନନ୍ଦଙ୍କ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଦୂତାବାସର ଅଧିକାରୀ, ବିକାଶର ସଦସ୍ୟ, ସମସ୍ତ ଭାରତୀୟ ସଙ୍ଗଠନର ପ୍ରତିନିଧି ବହାରିନ, ଭାରତ, ବ୍ରିଟେନ ଏବଂ ଅନ୍ୟ ଦେଶରୁ ଶତାଧିକ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ। ବିବେକାନନ୍ଦ ଜୟନ୍ତୀ କେବଳ ଗୋଟିଏ ଦିନ ପାଳନ କରିବା ଯଥେଷ୍ଟ ନୁହେଁ, ଆମ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନକୁ ସକାରାତ୍ମକ ପ୍ରୟୋଗ କରିବା ଆବଶ୍ୟକତା ରହିଛି ବୋଲି ଡକ୍ଟର ରାମ ବୈଦ୍ୟ କହିଛନ୍ତି।

ଆମ ସାଂସ୍କୃତିକ ଐତିହ୍ୟ ତଥା ମୂଲ୍ୟବୋଧକୁ ବିଦେଶୀ ମାଟିରେ ବଞ୍ଚାଇ ରଖିବାରେ ଭାରତୀୟ ଦୂତାବାସର ଭୂମିକା ପ୍ରଶଂସନୀୟ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ନେଇ ସମଗ୍ର ବିଶ୍ୱରେ ଡକ୍ଟର ବୈଦ୍ୟ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ତାହା ପ୍ରଶଂସନୀୟ ବୋଲି ଡକ୍ଟର ପ୍ରହରାଜ ଧନ୍ୟବାଦ ଅର୍ପଣ କରିବା ଅବସରରେ କହିଥିଲେ। ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଉପରେ ଏକ ସୁନ୍ଦର ନୃତ୍ୟ ନାଟକ ଉପସ୍ଥାପିତ ହୋଇଥିଲା। ଶାନ୍ତି ପାଠ ସହ ଆୟୋଜିତ ଭର୍ଚୁଆଲ୍ ଉତ୍ସବକୁ ସମସ୍ତେ ଉପଭୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here