ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ଏଥର ରାଜ୍ୟରେ କୌଣସି ପୂଜା ପର୍ବ ଭଲରେ ପାଳନ ହୋଇନି। ଏଥିରୁ ଗଣେଶ ପୂଜା ବି ବାଦ ପଡ଼ିନି। ପୂଜାକୁ ଆଉ କିଛି ଦିନ ଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ପୂଜା ହେବ ପାହିଁ ବୋଲି ଜିଲ୍ଲାପାଳମାନେ ଘୋଷଣା କରିଛନ୍ତି। ଗଞ୍ଜାମ, ଗଜପତି ପରେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଖୋର୍ଦ୍ଧା। ଜିଲ୍ଲାରେ ବଢ଼ୁଥିବା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଗଣେଶ ପୂଜା ନକରିବାକୁ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। ଜିଲ୍ଲାରେ କୋଭିଡ୍ ଟେଷ୍ଟ ବୃଦ୍ଧି ସମୀକ୍ଷା ବୈଠକରେ ସେ ଏହି ସୂଚନା ଦେଇଛନ୍ତି।BGU

କୌଣସି କମିଟି କିମ୍ଵା ବ୍ୟବସାୟିକ ପ୍ରତିଷ୍ଠାନ ଗଣେଶ ପୂଜା କରିପାରିବେନି। ଏହି ନିୟମକୁ ଅମାନ୍ୟ କଲେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ଜିଲ୍ଲାରେ ସଟ୍‌ଡ଼ାଉନ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧାବାସୀ ଏହାକୁ ପାଳନ କରନ୍ତୁ ଏବଂ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ସେ କହିଛନ୍ତି।

ଏହାପୂର୍ବରୁ ଗଜପତି, ଜଗତସିଂହପୁର, କଟକ ଓ ଭୁବନେଶ୍ୱରରେ ମଧ୍ୟ ଗଣେଶ ପୂଜା ଆୟୋଜନ କରିବାକୁ ବାରଣ କରାଯାଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଏହି ଆଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Comment