ଓଡିଶାଲାଇଭ୍ ବ୍ୟୁରୋ

ଦେଶର ବଡ଼ ଟେଲିକମ୍ କମ୍ପାନି ଭୋଡାଫୋନ-ଆଇଡିଆ ନିଜ ବ୍ୟବହାରକାରୀଙ୍କ ପାଇଁ ଅନେକଗୁଡ଼ିଏ ପ୍ରିପେଡ୍ ପ୍ଲାନ୍ ଅଫର୍ ପ୍ରଦାନ କରିଥାଏ। ତେବେ ସେଥିମଧ୍ୟରୁ ୩ଟି ଦମ୍‌ଦାର ଅଫର ବିଷୟରେ ଜାଣନ୍ତୁ..

୨୯୯ ଟଙ୍କିଆ ପ୍ଲାନ୍

ଏହି ଡାଟା ପ୍ଲାନ୍‌ରେ କମ୍ପାନି ଦୈନିକ ୨ଜିବି ଡାଟା, ଅନ୍‌ଲିମିଟେଡ୍ କଲିଂ ସମେତ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧା ପ୍ରଦାନ କରିଥାଏ। ତେବେ ଏହି ପ୍ଲାନ୍ ୨୮ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିବା ବେଳେ ଗ୍ରାହକମାନଙ୍କୁ ୫୬ ଜିବିର ଡାଟା ଅଫର୍ କରାଯାଇଥାଏ।

ଏଥିସହ ଏହି ପ୍ଲାନ୍‌ରେ ଜି୫ ସବ୍‌ସ୍କ୍ରିପ୍‌ସନ ଏବଂ ଭୋଡାଫୋନ୍ ପ୍ଲେ ସବ୍‌ସ୍କ୍ରିପ୍‌ସନ ମଧ୍ୟ ଦିଆଯାଇଥାଏ। ତେବେ ଡବଲ ଡାଟା ଅଫର୍ ମାଧ୍ୟମରେ ଏଥିରେ ଦୈନିକ ୪ଜିବି ଡାଟା ମିଳିଥାଏ।୪୪୯ ଟଙ୍କିଆ ପ୍ଲାନ୍

ଏହି ପ୍ଲାନ୍ ୫୬ ଦିନ ପାଇଁ ଉପଲବ୍ଧ। ଏଥିରେ ଗ୍ରାହକମାନଙ୍କୁ ଦୈନିକ ୨ଜିବି ଡାଟା, ୧୦୦ ଏସ୍‌ଏମ୍‌ଏସ୍ ଏବଂ ଅସୀମିତ ମାଗଣା କଲିଂ ସୁବିଧା ପ୍ରଦାନ କରାଯାଇଥାଏ। ଏଥିରେ ବି ଡବଲ ଡାଟା ଅଫର ଜରିଆରେ ପ୍ରତିଦିନ ୪ଜିବି ଡାଟା ଦିଆଯାଏ। ଏଥିସହ ଏହି ପ୍ଲାନ୍‌ରେ ଜି୫ ସବ୍‌ସ୍କ୍ରିପ୍‌ସନ ଏବଂ ଭୋଡାଫୋନ୍ ପ୍ଲେ ସବ୍‌ସ୍କ୍ରିପ୍‌ସନ ମଧ୍ୟ ମିଳିଥାଏ।BGU୬୯୯ ଟଙ୍କିଆ ପ୍ଲାନ୍

ଭୋଡାଫୋନ-ଆଇଡିଆ କମ୍ପାନିର ଏହି ପ୍ଲାନ୍ ୮୪ ଦିନ ପାଇଁ ଉପଲବ୍ଧ ହୁଏ। ଏଥିରେ ଦୈନିକ ୨ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍ ଓ ମାଗଣା କଲିଂ ସୁବିଧା ମିଳିଥାଏ। ଏଥିରେ ବି ଡବଲ ଡାଟା ଅଫର ଜରିଆରେ ପ୍ରତିଦିନ ୪ଜିବି ଡାଟା ଦିଆଯାଏ। ଏଥିସହ ଏହି ପ୍ଲାନ୍‌ରେ ଜି୫ ସବ୍‌ସ୍କ୍ରିପ୍‌ସନ ଏବଂ ଭୋଡାଫୋନ୍ ପ୍ଲେ ସବ୍‌ସ୍କ୍ରିପ୍‌ସନ ମଧ୍ୟ ମିଳିଥାଏ।

Comment