ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍ ଆଇଡିଆ(Vi) ଏବେ ନିଜ ଗ୍ରାହକଙ୍କ ପାଇଁ ଅନେକ ଗୁଡ଼ିଏ ଶସ୍ତା ଡାଟା ପ୍ଲାନ୍ ଅଫର କରୁଛି। ସବୁଠୁ ଖାସ୍ କଥା ହେଉଛି କମ୍ପାନିର ପୋଷ୍ଟପେଡ୍ ଡାଟା ପ୍ଲାନ୍ ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହେଉଛି। ଏଥିସହ ୨୦୦ ଟଙ୍କିଆ ପ୍ଲାନ୍ ମଧ୍ୟ ପ୍ରଦାନ କରାଯାଉଛି। ଏହି ପ୍ଲାନ୍‌ଗୁଡ଼ିକରେ ୫୦ ଜିବି ପର୍ଯ୍ୟନ୍ତ ଡାଟା ମିଳୁଛି।

ଭୋଡାଫୋନ୍ ୟୁଜରମାନେ କଷ୍ଟମର କେୟାରକୁ କଲ୍ କରି ଏହି ପ୍ଲାନ୍ ଆକ୍ଟିଭେଟ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ଡାଟା ପ୍ଲାନ୍ ଦ୍ଵୟର ବିଶେଷତ୍ଵ…୧୦୦ ଟଙ୍କିଆ ପ୍ଲାନ୍

ଏହା ହେଉଛି ଭୋଡାଫୋନ୍ ଆଇଡିଆର ସବୁଠୁ ଶସ୍ତା ପୋଷ୍ଟପେଡ୍ ପ୍ଲାନ୍। ଏଥିରେ ଗ୍ରାହକଙ୍କୁ ୨୦ ଜିବି ଡାଟା ଅଫର କରାଯାଉଛି।

୨୦୦ ଟଙ୍କିଆ ପ୍ଲାନ୍

ଭୋଡାଫୋନ୍ ଆଇଡିଆର ୨୦୦ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୫୦ ଜିବି ଡାଟା ଅଫର କରାଯାଉଛି।୬୯୯ ଟଙ୍କିଆ REDX ପ୍ଲାନ୍

ଏହି ପ୍ଲାନ୍‌ର ସବୁଠୁ ଖାସ୍ କଥା ହେଉଛି, ଏଥିରେ ସାରା ଦେଶରେ ଯେ କୌଣସି ନେଟଓ୍ଵର୍କକୁ ଅସୀମିତ କଲିଂ ସୁବିଧା ଦିଆଯାଉଛି। ଏହି ପ୍ଲାନ୍ Viର ଏଣ୍ଟରଟେନ୍‌ମେଣ୍ଟ ପ୍ଲାନ୍ ନାମରେ ପରିଚିତ। ଏହି ପ୍ଲାନ୍‌ରେ ୧୫୦ ଜିବି ଡାଟା ମିଳୁଛି। ଏଥିସହ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ବି ରହିଛି।

ଏଥିସହ ୬୯୯ ଟଙ୍କିଆ REDX ପ୍ଲାନ୍‌ରେ ୯୯୯ ଟଙ୍କିଆ ଆମାଜନ ପ୍ରାଇମ୍ ମେମ୍ବରସିପ୍ ଦିଆଯାଉଛି। ଖାଲି ସେତିକି ନୁହେଁ Vi ମୁଭିଜ୍ ଓ ଟିଭିର ମାଗଣା ସବ୍‌ସ୍କ୍ରିପ୍‌ସନ୍ ବି ଦିଆଯାଉଛି। ସେହିପରି ଜୋମାଟୋରୁ ଅର୍ଡର କରିବା ପାଇଁ ୨୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଓ ୧୨୫ ଟଙ୍କାର MPL କ୍ୟାସ୍ ମଧ୍ୟ ପ୍ରଦାନ କରାଯାଉଛି।

Comment