ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଡାଫୋନ୍-ଆଇଡିଆ(VI) ନିଜ ଗ୍ରାହକମାନଙ୍କୁ ଖୁବ୍ ଶସ୍ତାରେ ଡାଟା ଯୋଗାଇଦେବାକୁ ଏକ ଦମ୍‌ଦାର୍ ପ୍ଲାନ୍ ଲଞ୍ଚ୍ କରିଛି। ଏହି ପ୍ଲାନ୍‌ ଜରିଆରେ ଗ୍ରାହକଙ୍କୁ ଖୁବ୍ କମ୍ ଦାମ୍‌ରେ ୧୦୦ ଜିବି ହାଇ-ସ୍ପିଡ୍ ଡାଟା ପ୍ରଦାନ କରାଯାଉଛି। ସବୁଠୁ ଖାସ୍ କଥା ହେଉଛି, ଏହି ଡାଟାକୁ ଆପଣ ନିଜ ଆବଶ୍ୟକତା ଅନୁସାରେ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ..

ଭୋଡାଫୋନ୍-ଆଇଡିଆର ଏହି ନୂଆ ପ୍ଲାନ୍‌କୁ ଆପଣ ମାତ୍ର ୩୫୧ ଟଙ୍କାରେ କିଣିପାରିବେ। ଏହା ୫୬ ଦିନ ପାଇଁ ଉପଲବ୍ଧ ହେଉଛି। ଏହି ନୂଆ ପ୍ଲାନ୍‌ ବ୍ୟବହାରକାରୀଙ୍କୁ ୪ଜି ହାଇ-ସ୍ପିଡ୍‌ର ୧୦୦ ଜିବି ଡାଟା ପ୍ରଦାନ କରାଯାଉଛି।

ଏହା ହେଉଛି ଏକ ଆଡ୍-ଅନ୍ ପ୍ୟାକ୍। ଅର୍ଥାତ୍ ଏହି ପ୍ଲାନ୍‌କୁ ଚାଲୁ ରହିଥିବା ପ୍ଲାନ୍ ସହିତ ମିଶାଇ ବ୍ୟବହାର କରାଯାଇପାରିବ। ଆପଣ ଚାହିଁଲେ ଏହି ଡାଟାକୁ ୧୦ ଦିନ ଭିତରେ ମଧ୍ୟ ଶେଷ କରିପାରିବେ।ପୂର୍ବରୁ ମିଳୁଥିବା ୨୫୧ ଟଙ୍କିଆ ‘ଓ୍ଵର୍କ ଫ୍ରମ୍ ହୋମ୍’ ପ୍ଲାନ୍ ତୁଳନାରେ ୩୫୧ ଟଙ୍କିଆ ପ୍ଲାନ୍‌ରେ ଅଧିକ ଫାଇଦା ମିଳୁଛି। ଯେଉଁମାନେ ଅଧିକ ଡାଟା ବ୍ୟବହାର କରୁଛନ୍ତି କମ୍ପାନିର ଏହି ପ୍ଲାନ୍‌ ସେହି ଲୋକଙ୍କ ପାଇଁ ବେଶି ଲାଭଦାୟକ ହେବ। ତେବେ ଏହି ପ୍ଲାନ୍‌ରେ ବର୍ତ୍ତମାନ କେବଳ ଡାଟା ସୁବିଧା ମିଳିବ। ଏହାଛଡ଼ା ଏହି ପ୍ଲାନ୍‌ରେ କଲିଂ କିମ୍ବା ଏସ୍‌ଏମ୍‌ଏସ୍ ସୁବିଧା ପ୍ରଦାନ କରାଯାଉନାହିଁ।

କିଛି ନିର୍ଦ୍ଦିଷ୍ଟ ସର୍କଲରେ ଏହି ପ୍ଲାନ୍ ଉପଲବ୍ଧ ହେଉଛି। ଏହି ପ୍ରିପେଡ୍ ପ୍ଲାନ୍ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କେରଳ ଓ ମଧ୍ୟପ୍ରଦେଶ ସର୍କଲରେ ଅଫର୍ କରାଯାଉଛି। କରୋନା ସମୟରେ ଘରେ ରହି କାମ କରୁଥିବା ବ୍ୟବହାରକାରୀମାନେ ଏହି ପ୍ଲାନ୍‌ରେ ବେଶୀ ଉପକୃତ ହେବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment