ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସରେ ନେତୃତ୍ୱ ସଙ୍କଟ ଦେଖାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସୋନିଆ ଗାନ୍ଧୀ ଚାହୁଁଥିବା ଜଣାପଡ଼ିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟିର ବୈଠକ ବସୁଛି। ଏହି ବୈଠକରେ ସୋନିଆଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ ଓ ଦଳର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିବେ।

ଏହି ବୈଠକରେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ନେଇ ଆଲୋଚନା ହେବ। ସୋନିଆ ଗାନ୍ଧୀ କିଛି ବଡ଼ ନିଷ୍ପତ୍ତି ନେଇପାରିନ୍ତି ବୋଲି ଅନୁମାନ ହେଉଛି।BGU

କଂଗ୍ରେସର ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍‌, ଶଶି ଥରୁରଙ୍କ ଭଳି ୨୦ରୁ ଅଧିକ ବରିଷ୍ଠ ନେତା ସୋନିଆଙ୍କୁ ପୂର୍ଣ୍ଣ କାଳୀନ ଅଧ୍ୟକ୍ଷ ନେଇ ଚିଠି ଲେଖିଥିଲେ। ଏହ ଚିଠି ପରେ  ସୋନିଆ ପଦବୀ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି।

Comment