ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ଵର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। ଏଥିସହ ଧନ୍ଦାମୂଳକ ପାଠ୍ୟକ୍ରମର ବି ଫଳାଫଳ ପ୍ରକାଶ ପାଇବ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପୂର୍ବରୁ ଅଗଷ୍ଟ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ନେଇ ଘୋଷଣା ହୋଇଥିଲା। ମାତ୍ର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଫଳାଫଳ ପ୍ରକାଶକୁ ବିଳମ୍ଵ କରାଯାଇ ସେପ୍ଟେମ୍ଵର ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି।BGUକରୋନା ମହାମାରୀ ପାଇଁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାଖାତା ଦେଖିବାରେ ସମସ୍ୟା ଉପୁଜିଥିଲା। ଯେଉଁଥିପାଇଁ ଫଳାଫଳ ବାହାରିବାରେ ମଧ୍ୟ ବିଳମ୍ଵ ହୋଇଥିଲା। ଏସବୁ ମଧ୍ୟରେ ଗତ କିଛିଦିନ ପର୍ବେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାର ଫଳ ପ୍ରକାଶ ପାଇଛି। ବର୍ତ୍ତମାନ ଯୁକ୍ତ ଦୁଇରେ କେବଳ କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାର ଫଳ ପ୍ରକାଶ ପାଇବ।

Comment