ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାବିଶ୍ୱରେ ଏବେ ନ୍ୟୁୟର୍କ ଏବଂ ଲଣ୍ଡନ ଦୁନିଆର ସବୁଠାରୁ ଧନୀ ସହର ଭାବେ ପରିଚିତ। କିନ୍ତୁ ଦିନ ଥିଲା ବିଶ୍ୱର ସବୁଠୁ ଧନୀ ସହର ଭାବେ ଦକ୍ଷିଣ ଆଫ୍ରିକାର ଏକ ସହର ପରିଚିତ ଥିଲା। ଏହି ସହରର ନାମ ଜୋହାନ୍ସବର୍ଗ। ଏହାକୁ ‘ସିଟି ଅଫ୍‌ ଗୋଲ୍ଡ’ ମଧ୍ୟ କୁହାଯାଏ।

ଏହା ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ଏବଂ ଜନବହୁଳ ସହର। ଜୋହାନ୍ସବର୍ଗ ସହର ହୀରା ଏବଂ ସୁନା ଖଣି ପାଇଁ ପ୍ରସିଦ୍ଧ। ଏହାକୁ ‘ସିଟି ଅଫ୍‌ ଗୋଲ୍ଡ’ କହିବାର କାରଣ ୧୫୦ ବର୍ଷ ପୂର୍ବେ ଏଠାରେ ଥିବା ଖଣିରୁ ବିଶ୍ୱର ୮୦ ପ୍ରତିଶତ ସୁନା ବାହାର କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ସହର ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସହର ମଧ୍ୟରେ ପରିଗଣିତ ହେଉଛି। କୁହାଯାଉଛି ଯେ ଏହି ସହର ବର୍ତ୍ତମାନ ଅପରାଧୀଙ୍କ ଆଡ୍ଡା ପାଲଟିଛି। ଆସନ୍ତୁ ଜାଣିବା ଏହି ସହର ବିଷୟରେ କିଛି ବିଶେଷ କଥା…BGU

୧୯୮୬ମସିହାରେ ଜୋହାନ୍ସବର୍ଗରେ ଜଣେ ବ୍ରିଟଶ ଲୋକ ସୁନା ଖଣି ଆବିଷ୍କାର କରିଥିବା କୁହାଯାଉଛି। ଯେତେବେଳେ ଏହି ସ୍ଥାନ ବିଷୟରେ ବିଶ୍ୱ ଜାଣିବାକୁ ପାଇଲା, ଅନ୍ୟ ଦେଶର ଲୋକମାନେ ଏଠାକୁ ଆସି ରହିବାକୁ ଲାଗିଲେ ସୁନା ଖଣି ଯୋଗୁଁ ଏହି ସହର ବହୁତ ଧନୀ ହୋଇଯାଇଥିଲା ।

ସୁନା କଣି ବ୍ୟତୀତ ଏହି ସହରେ ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି। ଯେଉଁଠାକୁ ପ୍ରତିବର୍ଷ ହଜାର ହଜାର ଲୋକ ଆସିଥାନ୍ତି।

Comment