ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ବଲିଉଡ କୋରିଓଗ୍ରାଫର ପୁନିତ ପାଠକ ନିଜ ଗର୍ଲଫ୍ରେଣ୍ଡ ନିଧି ମୁନି ସିଂଙ୍କ ସହ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ବେଳର ଫଟୋକୁ ପୁନିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଯୋଡ଼ି ବହୁ ଦିନ ହେବ ପରସ୍ପରକୁ ଡେଟ୍ କରୁଥିଲେ। ଫଟୋ ସେୟାର କରିବା ପରେ ପୁନିତଙ୍କ ପ୍ରସଂଶକଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି।

ନିର୍ବନ୍ଧ ଅବସରରେ ନିଧି ଲାଲ୍ ଏବଂ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ପୁନିତ ଫ୍ଲୋରାଲ ପ୍ରିଣ୍ଟର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ପୁନିତଙ୍କର ଏହି ଫଟୋରେ କୋରିଓଗ୍ରାଫର ଗୀତା କପୁର ଏବଂ ଟେରେନ୍ସ ମଧ୍ୟ ଶୁଭକାମନା ଜଣାଇଛନ୍ତି। ପୁନିତ ଡ୍ୟାନ୍ସ ଲିୟଲିଟି ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ସେତେବେଳେ ସେ ଦ୍ଵିତୀୟ ରନର୍ସ ଅପ୍ ହୋଇଥିଲେ।ଏହାପରେ ପୁନିତ ଡ୍ୟାନ୍ସ ସୋ ‘ଝଲକ ଦିଖଲା ଯା’ରେ କୋରିଓଗ୍ରାଫର ଭାବେ ସାମିଲ ହୋଇଥିଲେ। ଏହା ବ୍ୟତୀତ ସେ ଡ୍ୟାନ୍ସ ପ୍ଲସ୍, ଡ୍ୟାନ୍ସ ଚମ୍ପିୟନ୍ସରେ ମଧ୍ୟ ନଜର ଆସି ସାରିଛନ୍ତି। ତେବେ ‘ଖତ୍‌ରୋଁ କେ ଖିଲାଡି’ର ନବମ ସିଜନ ଟାଇଟଲ ଜିତିବା ପରେ ପୁନିତ ଅଧିକ ଲୋକପ୍ରିୟ ହୋଇପାରିଥିଲେ।BGU

LEAVE A REPLY

Please enter your comment!
Please enter your name here