ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସଦର ବ୍ଲକ ବାଇସିଂ ପଞ୍ଚାୟତ ଅନ୍ତର୍ଗତ ଜୁରୁଡ଼ି ଗ୍ରାମ ନିକଟରେ କରୋନାରେ ମୃତ ବ୍ୟକ୍ତିଙ୍କ ଶବ ପୋତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ବାଇସିଂ, ଧୁମାଗୁଡ଼ା, ଜୁରୁଡ଼ି ଓ ଆଖପାଖ ଗ୍ରାମର ଲୋକେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଜୁରୁଡ଼ି ଗ୍ରାମ ନିକଟ ଏକ ନିଛାଟିଆ ଖାଲି ସ୍ଥାନରେ ପ୍ରଶାସନ ପକ୍ଷରୁ ଜଣେ କରୋନା ଆକ୍ରାନ୍ତଙ୍କ ଶବକୁ ପୋତା ଯାଇଥିଲା। ସନ୍ଧ୍ୟାବେଳେ ସ୍ଥାନୀୟ ଲୋକେ ଘର ଭିତରେ ରହିଥିବାରୁ ଏକ ଘରୋଇ ସ୍ଥାନରେ ପ୍ରଶାସନ ଏହି ମୃତ ଦେହକୁ ନେଇ ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ସ୍ଥାନରେ ଗ୍ରାମଦେବୀଙ୍କୁ ଅଞ୍ଚଳବାସୀ ପୂଜାର୍ଚ୍ଚନା କରୁଥିବାବେଳେ ନିରୀହ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଧାର୍ମିକ ଆବେଗକୁ ଏହା କୁଠାରଘାତ କରିଥିବା ସେମାନେ ଅଭିଯୋଗ କରିଛନ୍ତି।ତେଣୁ ତୁରନ୍ତ ସେହି ସ୍ଥାନରୁ ମୃତଦେହକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ସେମାନେ ସହକାରୀ ଜିଲ୍ଲାପାଳ ଦିବାକର ପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।BGUଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ଵ ନଦେଲେ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ଅନ୍ଦୋଳନ କରିବାକୁ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comment