ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବନ୍ୟାର ସ୍ଥିତି ନେଇ ଜାଣନ୍ତୁ ପ୍ରତି ତିନି ଘଣ୍ଟାରେ ତାଜା ଅପଡେଟ୍।
- ହୀରାକୁଦ ଡ୍ୟାମରୁ ୪୬ ଗେଟରେ ଚାଲିଛି ଜଳ ନିଷ୍କାସନ
- ଡ୍ୟାମର ଜଳ ଧାରଣ କ୍ଷମତା ୬୩୦ ଫୁଟ, ଏବେ ଜଳସ୍ତର ରହିଛି ୬୨୭.୯୫ ଫୁଟ
- ଡ୍ୟାମକୁ ପଶୁଛି ୮ ଲକ୍ଷ ୨୮ ହଜାର ୫୬୯ କ୍ୟୁସେକ ଜଳ
- ଡ୍ୟାମରୁ ନିଷ୍କାସନ ହେଉଛି ୭ ଲକ୍ଷ ୬୫ ହଜାର ୪୦ କ୍ୟୁସେକ ଜଳ
- ଭୋର୍ ୪ଟାରୁ ହୀରାକୁଦକୁ ଜଳ ପ୍ରବେଶ କମିଛି
- ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଏସ୍ଆରସି ସୂଚନା ଦେଇଛନ୍ତି
- ମହାନଦୀ ଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ
- ଉତ୍ତର ବାଙ୍କି ଓ ତିଗିରିଆରେ ବ୍ଲକର ୯ ପଞ୍ଚାୟତ ପାଣିଘେରରେ
- ଓସ୍ତିଆ ଓ ଚଷାଅଁରା ପଞ୍ଚାୟତ ରାସ୍ତାରେ ୭ ଫୁଟର ବନ୍ୟା ଜଳ ପ୍ରବାହିତ
- ସେହିପରି ରଘୁରାମପୁର ଓ କୋଇଲିକନ୍ୟା ଗାଁରେ ବନ୍ୟଜେଳ ପ୍ରବେଶ କରିଛି
- ବ୍ରାହ୍ମଣୀ ଓ ବୈତରଣୀ ନଦୀ ଜଳସ୍ତର କମୁଛି
- ବରୀ ବ୍ଲକ ସବୁଠୁ ଅଧିକ ପ୍ରଭାବିତ
- ବରୀରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ୧୭ ଅଧିକାରୀ ଅଛନ୍ତି
- ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମଣ୍ଡାଇ ଅଂଚଳରେ ଲୋକେ ପ୍ରଭାବିତ ହୋଇଛନ୍ତି
- ଜଗତସିଂହପୁରରେ ଦେବୀ, ପାଇକା ଓ ମହନଦୀ ବିପଦ ସଙ୍କେତ ଉପରେ
- ଦଳେଇ ଘାଇରେ ଦେବୀ ନଦୀର ବିପଦ ସଙ୍କେତ ୫୭ ଫୁଟ, ଏବେ ପ୍ରବାହିତ ୫୭.୧୦
- ତାରପୁର ଓ ତିର୍ତ୍ତୋଲରେ ବିପଦ ସଙ୍କେତ ଉପରେ ମହନଦୀ
- ତାରପୁରରେ ବିପଦ ସଙ୍କେତ ୯.୮୦ ମି, ଏବେ ପ୍ରବାହିତ ୧୦.୯୭ ମି
- ତର୍ତ୍ତୋଲରେ ବିପଦ ସଙ୍କେତ ୪.୯୫୦ ମି, ଏବେ ପ୍ରବାହିତ ୫.୧୭ ମି
- ଶଙ୍ଖେଶ୍ୱରରେ ବିପଦ ସଙ୍କେତ ଉପରେ ପାଇକା ନଦୀ (ବିପଦ ସଙ୍କେତ ୨୨.୭୫ ଫୁଟ, ଏବେ ପ୍ରବାହିତ ୨୬.୩୦ ଫୁଟ)