ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ପୈାରପାଳିକା ଆନୁକୂଲ୍ୟରେ ଅଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୦ ପାଳିତ। ସ୍ଥାନୀୟ ପୈାରସଂସ୍ଥା କାର୍ଯ୍ୟାଳୟ ପରିସରରେ ସକାଳ ସାଢେ ୮ଟା ସମୟରେ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ସହ ପାଳନ କରାଗଲା। ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।“ପୈାରାଞ୍ଚଳର ସମସ୍ତ ୱାର୍ଡବାସୀଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ସହିତ ସହରକୁ ଏକ ସୁସ୍ଥ, ସବୁଜ ଓ ପରିଚ୍ଛନ୍ନ ସହର ଭାବେ ଗଢ଼ି ତୋଳିବା। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ସମସ୍ତ ଯୋଜନାରେ ପୈାରାଞ୍ଚଳବାସୀଙ୍କୁ ଅର୍ନ୍ତଭୁକ୍ତ କରାଇବା ଏବଂ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ଆମେ ପାଳନ କରିବା” କହିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା।ରାୟଗଡ଼ା ସହରବାସୀଙ୍କୁ କୋଭିଡ ବିପତି ସମୟରେ କରୋନା ଯୋଦ୍ଧା ସାଜି ସହରକୁ ସୁସ୍ଥ ରଖିବାରେ ପୈାରସଂସ୍ଥାର ସମସ୍ତ କର୍ମଚାରୀମାନେ ଗୁରୁ ଦାୟିତ୍ୱ ନେଇଥିବାରୁ ବିଧାୟକ ମକରନ୍ଦ ମୁଦୁଲି ପୈାରସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।BGUଶେଷରେ ପୈାରପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟଳୟର ବିଭିନ୍ନ କର୍ମଚାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ସିଲା ଜ୍ୟୋସ୍ନା ପ୍ରଥମ, ପି.ନାଗମଣି ଦ୍ୱିତୀୟ ଏବଂ ଉମା ବିଡ଼ିକା ଓ ହରପ୍ରିୟା ପ୍ରଧାନ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

Comment